ଧାର୍ମିକ ଓ ବୈଜ୍ଞାନିକ ମହତ୍ତ୍ୱରେ ପରିପୂର୍ଣ୍ଣ ତୁଳସୀ ବୃକ୍ଷ

ଶାସ୍ତ୍ର ଅନୁଯାୟୀ ବିଭିନ୍ନ ବୃକ୍ଷଲତାରେ ଦେବାଦେବୀ ବାସ କରିଥାଆନ୍ତି। ସେଭଳି କିଛି ବୃକ୍ଷ ମଧ୍ୟରୁ ତୁଳସୀ ମୁଖ୍ୟ ଅଟେ। ଏହାର ଦୈବିକ ଗୁଣ ସହ ଔଷଧୀୟ ଗୁଣ ସହ ମଧ୍ୟ ରହିଛି। ଜାଣନ୍ତୁ ଏହା ବିଷୟରେ…..

ତୁଳସୀ ଗଛର ବୈଜ୍ଞାନିକ ଗୁଣ – 

ତୁଳସୀ ପତ୍ରର ରୋଗ ପ୍ରତିରୋଧକ କ୍ଷମତା ରହିଛି । 

ଏହାକୁ ନିୟମିତ ଖାଇଲେ ଥଣ୍ଡା, କାଶ, କଫ ଭଳି ରୋଗରୁ ସହଜରେ ମୁକ୍ତି ମିଳିଥାଏ। 

ତୁଳସୀ ପତ୍ର ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଯାଦ୍ୱାରା ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ ମଧ୍ୟ ତୁଳସୀ ପତ୍ର ଖାଇବା ଦ୍ୱାରା ରୋଗରୁ ଶୀଘ୍ର ମୁକ୍ତି ମିଳିଥାଏ। 

ଯେଉଁ ସମସ୍ତ ସ୍ଥାନରେ ତୁଳସୀ ଗଛ ଲଗାଯାଏ, ସେଠାରେ ସକରାତ୍ମକ ଶକ୍ତି ରହିଥାଏ। 

ତୁଳସୀ ପୂଜାର ମହତ୍ୱ –

ଘରର ଅଗଣାରେ ତୁଳସୀଙ୍କୁ ରଖି ପୂଜା କଲେ  ବହୁ ଶୁଭ ଫଳ ପ୍ରାପ୍ତି ହୋଇଥାଏ । ଗୃହରେ ସର୍ବଦା ହସଖୁସିର ବାତାବରଣ ରହିଥାଏ। 

prayash

ପ୍ରାତଃ କାଳରେ ତୁଳସୀ ବୃକ୍ଷ ଠାରେ ଜଳ ଅର୍ପଣ କରି ପରିକ୍ରମା କଲେ , ସୁଖସମୃଦ୍ଧି ପ୍ରାପ୍ତି ହୋଇଥାଏ। 

ସନ୍ଧ୍ୟା ସମୟରେ ଘିଅର ଦୀପ ଲଗାଇଲେ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। 

କାର୍ତ୍ତିକ ମାସରେ ତୁଳସୀଙ୍କ ପୂଜା,ବିବାହ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ।

ତୁଳସୀ ପତ୍ରକୁ ସର୍ବଦା ସକାଳ ସମୟରେ ତୋଳିବା ଉଚିତ। ସନ୍ଧ୍ୟା ସମୟରେ ତୋଳିବା ଅନୁଚିତ। 

ତୁଳସୀଙ୍କର ବିଶେଷ ପ୍ରୟୋଗ – 

ପ୍ରଭୁ ହନୁମାନଙ୍କୁ ମଙ୍ଗଳବାର ଦିନ ତୁଳସୀପତ୍ରର ମାଳା ଚଢାଇବା ଖୁବ ଶୁଭ ଅଟେ। ଏହା ଦ୍ୱାରା ଧାରକରଜର ସମସ୍ୟା ଦୂର ହୋଇଥାଏ। 

ଭଗବାନ କୃଷ୍ଣଙ୍କୁ ନିୟମିତ ତୁଳସୀ ଅର୍ପଣ କରିବା ଦ୍ୱାରା ଜ୍ଞାନର ବୃଦ୍ଧି ହୋଇଥାଏ ।

ଭୋଜନ ପ୍ରସ୍ତୁତ କରିବା ପରେ ସେଥିରେ ତୁଳସୀ ପତ୍ର ପକାଇଲେ ଖାଦ୍ୟ ନିଅଣ୍ଟ ହୋଇ ନଥାଏ। 

ତୁଳସୀର ମାଳା ଧାରଣ କରିବା ଦ୍ୱାରା ଜୀବନର ସମସ୍ତ କଷ୍ଟ ଦୂର ହୋଇଥାଏ।

 

Comments are closed.