www.samajalive.in
Saturday, December 6, 2025
14.1 C
Bhubaneswar

ନରେନ୍ଦ୍ର ମୋଦୀଙ୍କୁ ପାଇ ଭାରତୀୟମାନେ ଭାଗ୍ୟବାନ: ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ: ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ବହୁମତ ହାସଲ କରିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ଟ୍ରମ୍ପ ଟ୍ବିଟ୍‌ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପାଇ ଭାରତୀୟମାନେ ଭାଗ୍ୟବାନ। ମୋଦୀ ଜଣେ ମହାନ ବ୍ୟକ୍ତି ଏବଂ ନେତା। ମୋ ଦେଶ ତରଫରୁ ମୋ ତରଫରୁ ଏବଂ ମୋ ଦେଶର ସବୁ ନାଗରିକଙ୍କ ତରଫରୁ ମୁଁ ମୋଦୀଙ୍କୁ ଶୁଭେଚ୍ଛା ଜଣାଉଛି ବୋଲି ଟ୍ରମ୍ପ କହିଛନ୍ତି।

ଗତ ଗୁରୁବାର ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବିଜେପି ନେତୃତ୍ଵାଧୀନ ଏନଡିଏ ୩୪୦ରୁ ଊର୍ଦ୍ଧ୍ଵ ଆସନରେ ବିଜୟୀ ହୋଇଥିଲା। ଏହାପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ବିଶ୍ଵର ଅନ୍ୟାନ୍ୟ ଦେଶର ନେତାମାନେ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହାସହିତ ଆମେରିକାର ଉପରାଷ୍ଟ୍ରପତି ମାଇକ ପେନ୍ସ, ଷ୍ଟେଟ୍‌ ସେକ୍ରେଟାରି ମାଇକ ପମ୍ପିଓ ଏବଂ ଟ୍ରମ୍ପଙ୍କ ଝିଅ ତଥା ଉପଦେଷ୍ଟା ଇଭାଙ୍କା ଟ୍ରମ୍ପ ମଧ୍ୟ ଟ୍ବିଟ୍‌ କରି ମୋଦୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories