www.samajalive.in
Saturday, December 6, 2025
16.1 C
Bhubaneswar

ମୋଦୀଙ୍କୁ କୋହଲିଙ୍କ ସମେତ କ୍ରୀଡ଼ାବିତ୍‌ଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ଭାବେ ଦ୍ବିତୀୟଥର ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ। ଭାରତୀୟ କ୍ରିକେଟ୍‌ ଦଳ ବିଶ୍ବକପ୍‌ ଖେଳିବାକୁ ଇଂଲଣ୍ଡରେ ଥିବା ବେଳେ ଦଳର ଅଧିନାୟକ ବିରାଟ କୋହଲି ଟ୍ବିଟର୍‌ ମାଧ୍ୟମରେ ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନିଜ ବାର୍ତ୍ତାରେ କୋହଲି ଦ୍ବିତୀୟଥର ପାଇଁ ମୋଦୀ ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବାକୁ ଯାଉଥିବାରୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ନେତୃତ୍ବରେ ଭାରତ ଉନ୍ନତି ପଥରେ ଆଗେଇ ଚାଲିବ ବୋଲି ଆଶାବ୍ୟକ୍ତ କରିଛନ୍ତି।
କୋହଲିଙ୍କ ବ୍ୟତୀତ ଅନ୍ୟାନ୍ୟ କ୍ରୀଡ଼ାବିତ୍‌ମାନେ ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ନିଜ ଟ୍ବିଟର ବାର୍ତ୍ତାରେ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିବାରୁ ବିଜେପି ଓ ମୋଦୀଙ୍କୁ ଅଭିନନ୍ଦନ ଜଣାଇବା ସହ ଦେଶବାସୀ ମୋଦୀଙ୍କ ସହ ଅଛନ୍ତି ବୋଲି ଦର୍ଶାଇଛନ୍ତି। ମୋଦୀଙ୍କ ନେତୃତ୍ବରେ ଦେଶ ଅଧିକ ଶକ୍ତିଶାଳୀ ହେବ ବୋଲି ସେ ଦର୍ଶାଇଛନ୍ତି। ସେହିପରି ବିସ୍ଫୋରକ ବ୍ୟାଟସମ୍ୟାନ୍ ବୀରେନ୍ଦ୍ର ସେହ୍ବାଗ ମଧ୍ୟ ମୋଦୀଙ୍କୁ ଅଭିନନ୍ଦନ ଜଣାଇବା ସହ ଭାରତର ଭବିଷ୍ୟତ ସୁରକ୍ଷିତ ବୋଲି ଦର୍ଶାଇଛନ୍ତି। ମହିଳା ବକ୍ସର ମେରି କମ୍‌, ଆଥଲେଟ୍ ନୀରଜ ଚୋପ୍ରା, ସାଇନା ନେହୱାଲ୍‌, ସାନିଆ ମିର୍ଜା, ସୁରେଶ ​‌େ​‌ରୖନା, ହରଭଜନ ସିଂହ, ରବିଚନ୍ଦ୍ରନ୍‌ ଅଶ୍ବିନ୍‌, ଶିଖର ଧାୱନ୍‌, ପିଭି ସିନ୍ଧୁ ଓ ଗୀତା ଫୋଗଟ୍ ପ୍ରମୁଖ ମୋଦୀଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories