www.samajalive.in
Saturday, December 6, 2025
16.1 C
Bhubaneswar

ଟିକ୍‌ଟକ୍‌ ଷ୍ଟାର ହତ୍ୟା ମାମଲା; ଗ୍ୟାଙ୍ଗଷ୍ଟରଙ୍କ ସହ ସମ୍ପର୍କ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଆପ୍‌ ଟିକ୍‌ଟକ୍‌ ଷ୍ଟାର ମୋହିତ ମୋର ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି ଦିଲ୍ଲୀ ପୁଲିସ। ମୋହିତ ଜଣେ ଗ୍ୟାଙ୍ଗଷ୍ଟରଙ୍କଠାରୁ ୩୦ ଲକ୍ଷ ଟଙ୍କା ଆଣିଥିଲେ। କିନ୍ତୁ ଟଙ୍କା ଫେରସ୍ତ କରିବାକୁ ମନା କରିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏହି ଘଟଣାର ଜଣେ ଅଭିଯୁକ୍ତ ୧୭ ବର୍ଷୀୟ ବାଳକକୁ ପୁଲିସ ଅଟକ ରଖିଛି। ଗ୍ୟାଙ୍ଗଷ୍ଟରଙ୍କ ସହ ସମ୍ପର୍କ ରଖିବା ମୋହିତଙ୍କ ପାଇଁ ମହଙ୍ଗା ପଡ଼ିଲା ବୋଲି ଜଣେ ପୁଲିସ ଅଧିକାରୀ ନାମ ଗୋପନ ରଖି କହିଛନ୍ତି।

ଡିସିପି ସଞ୍ଜୀବ କୁମାର ଯାଦବଙ୍କ ସୂଚନା ମୁତାବକ, ମୋହିତ ନନ୍ଦୁ ଗ୍ୟାଙ୍ଗର ମଙ୍ଗୁଙ୍କ ଘନିଷ୍ଠ ଥିଲେ। ସେ ତାଙ୍କଠାରୁ ୩୦ ଲକ୍ଷ ଟଙ୍କା ଉଧାର ଆଣିଥିଲେ। ୨୦୧୭ରେ ଏକ ଗ୍ୟାଙ୍ଗୱାରରେ ମଙ୍ଗୁଙ୍କର ମୃତ୍ୟୁ ଘଟିଥିଲା। ମଙ୍ଗୁଙ୍କ ସାଙ୍ଗ ସନ୍ଦୀପ ପେହଲୱାନ ଟଙ୍କା ଫେରସ୍ତ କରିବାକୁ ମୋହିତଙ୍କୁ କହିଥିଲେ। କିନ୍ତୁ ମୋହିତ ଟଙ୍କା ନ ଫେରାଇ ମନଜିତ ମହଲ ଗ୍ୟାଙ୍ଗର ପ୍ରଦୀପ ସୋଲାଙ୍କୀ ଏବଂ ବିକାଶ ଦଲାଲଙ୍କଠାରୁ ସୁରକ୍ଷା ଲୋଡ଼ିଥିଲେ। ସେବେଠାରୁ ପ୍ରଦୀପ ଏବଂ ବିକାଶ ତାଙ୍କୁ ସୁରକ୍ଷା ଯୋଗାଇ ଆସୁଥିଲେ। ମାତ୍ର ଗତ ସପ୍ତାହରେ ଦ୍ବାରକା ମଡ୍‌ ମେଟ୍ରୋ ଷ୍ଟେଶନ ନିକଟରେ ଏକ ଗ୍ୟାଙ୍ଗୱାର ଘଟିଥିଲା। ଏଥିରେ ବିକାଶ ଦଲାଲ ଏବଂ ପ୍ରବୀଣ ଗେହଲଟ ନାମକ ୨ ଅପରାଧୀ ନିହତ ହୋଇଥିଲେ। ବିକାଶଙ୍କ ମୃତ୍ୟୁ ପରେ ସନ୍ଦୀପ ପେହଲୱାନ ପୁଣି ଥରେ ମୋହିତଙ୍କୁ ଟଙ୍କା ମାଗିଥିଲେ। ମାତ୍ର ସେ ଟଙ୍କା ଦେବାକୁ ମନା କରିବାରୁ ସନ୍ଦୀପ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଏଥିପାଇଁ ଅପରାଧ ଜଗଦରେ ପାଦ ଦେଇଥିବା ୧୭ବର୍ଷୀୟ ଜଣେ ବାଳକଙ୍କ ସମେତ ବିକାଶ ଏବଂ ରୋହିତ ମଲିକ ନାମକ ଅନ୍ୟ ୨ ଜଣଙ୍କୁ ସୁପାରି ଦେଇଥିଲେ। ଗତ ମଙ୍ଗଳବାର ମୋହିତ ନଜଫଗଡ଼ର ଏକ ଫଟୋ ଦୋକାନରେ ବସିଥିବାବେଳେ ୩ ଅଭିଯୁକ୍ତ ଆସି ତାଙ୍କୁ ଗୁଳିକରି ହତ୍ୟା କରିଥିଲେ। ସୂଚନାଯୋଗ୍ୟ, ମୋହିତ ଟିକ୍‌ଟକ୍‌ ଷ୍ଟାର ଭାବେ ପରିଚିତ ଥିଲେ। ଟିକ୍‌ଟକ୍‌ରେ ତାଙ୍କର ୫ ଲକ୍ଷ ୧୫ ହଜାରରୁ ଅଧିକ ଫଲୋଓର ଥିଲେ।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories