www.samajalive.in
Sunday, December 7, 2025
16.1 C
Bhubaneswar

ପୁନର୍ବାର ଲୋକସଭାକୁ ନିର୍ବାଚିତ ହେଲେ ୧୯୭ ସାଂସଦ

ନୂଆଦିଲ୍ଲୀ: ଷୋଡଶ ଲୋକସଭାର ୧୯୭ ଜଣ ସାଂସଦ ପୁଣିଥରେ ସପ୍ତଦଶ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୭ ଜଣ ମହିଳା ସାଂସଦ ମଧ୍ୟ ଅଛନ୍ତି। କିରଣ ରିଜିଜୁ, ଜୁଏଲ ଓରାମ, ନିତିନ ଗଡ଼କରୀ ଏବଂ ବାବୁଲ ସୁପ୍ରିୟଙ୍କ ଭଳି ୧୪୫ ଜଣ ସାଂସଦ ୨୦୧୯ ସାଧାରଣ ନିର୍ବାଚନରେ ପୁଣି ଥରେ ବିଜୟ ହାସଲ କରିଛନ୍ତି।

ବିହାରରେ ବିଜେପିର ୧୨ଜଣ ସାଂସଦ ପୁଣି ନିର୍ବାଚିତ ହୋଇଥିବା ବେଳେ ବିଜେପି ଛାଡି କଂଗ୍ରେସ ଟିକଟରୁ ପାଟଣା ସାହିବ ଆସନରୁ ଲଢ଼ୁଥିବା ବିହାରୀ ବାବୁ ଶତ୍ରୁଘ୍ନ ସିଂହ ଏଥର ଲୋକସଭାକୁ ରାସ୍ତା ସ୍ଥିର କରିବାରେ ଅସଫଳ ହୋଇଛନ୍ତି। ଜନତା ଦଳ ୟୁନାଇଟେଡ଼ର ଦୁଇ ଜଣ ଓ ଲୋକ ଜନଶକ୍ତି ପାର୍ଟିର ତିନି ଜଣ ସାଂସଦ ଆଉ ଥରେ ଲୋକସଭାରେ ଆସନ ଅକ୍ତିଆର କରିଥିବା ବେଳେ ରାଷ୍ଟ୍ରୀୟ ଜନତା ଦଳର ୩ଜଣ ସାଂସଦ ହାରିଯାଇଛନ୍ତି।

- Advertisement -

ରାଜଧାନୀ ଦିଲ୍ଲୀର ପାଞ୍ଚ ଜଣ ସାଂସଦ ପୁଣି ଜିତାପଟ ହାସଲ କରିବାରେ ସଫଳ ହୋଇଛନ୍ତି। ଆନ୍ଧ୍ର ପ୍ରଦେଶରେ ତେଲୁଗୁ ଦେଶମ ପାର୍ଟି ୯ଜଣ ସାଂସଦଙ୍କୁ ଟିକଟ ଦେଇଥିଲେ ମଧ୍ୟ ଦୁଇ ଜଣ କେବଳ ଜିତିଛନ୍ତି ଓ ୱାଇଏସଆର କଂଗ୍ରେସ କଡପ୍ପା ଏବଂ ରାଜମ ପେଟା ଆସନରେ ଜିତ ହାସଲ କରିଛି। ଆସାମରେ ବିଜେପି ଓ କଂଗ୍ରେସର ଦୁଇ ଦୁଇ ଜଣ ସାଂସଦ ନିର୍ବାଚନ ଲଢୁଥିଲେ ମଧ୍ୟ ବିଜେପିର ଦୁଇ ପ୍ରତିଦ୍ବନ୍ଦୀ ଓ କଂଗ୍ରେସର ଜଣେ ଆସନ ରଖିବାରେ ସଫଳ ହୋଇଛନ୍ତି।

ଅଲ ଇଣ୍ଡିଆ ୟୁନାଇଟେଡ଼ ଡେମୋକ୍ରାଟିକ ଫ୍ରଣ୍ଟ ମଧ୍ୟ ଧୁବରୀ ଆସନରୁ ବିଜୟ ହାସଲ କରିଛି। ସେହିପରି ସାଂସଦ ମହମ୍ମଦ ଫୈଜଲ ପୁଣି ଜିତିଥିବା ବେଳେ ତେଲେଙ୍ଗାନା ରାଷ୍ଟ୍ର ସମିତିର ଦୁଇଜଣ, ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ୧୪ ଜଣ ଓ ବିଜେପିର ଜଣେ, ରାଜସ୍ଥାନରେ ବିଜେପିର ୧୬ ଜଣ, ମହାରାଷ୍ଟ୍ରରେ ୧୪ ଜଣ ଓ ଶିବସେନାର ୧୫ ଜଣ ସାଂସଦ ପୁଣି ଜିତିବାରେ ସଫଳ ହୋଇଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories