ପିପିଲି : ବିଜେପି ନେତା ଆଶ୍ରିତ ପଟ୍ଟନାୟକଙ୍କ ଘର ଉପରକୁ ବୋମାମାଡ ହୋଇଛି। ବଳଙ୍ଗା ଥାନା କମାକନ୍ତିଆରେ ଥିବା ତାଙ୍କର ଘର ଉପରକୁ ବୋମାମାଡ ହୋଇଛି। ତେବେ ଦୁର୍ବୃତ୍ତମାନେ ଶୁକ୍ରବାର ବିଳମ୍ବିତ ରାତିରେ ୨ଟି ବୋମା ତାଙ୍କ ଘର ଉପରକୁ ମାଡ କରିଥିବା ଅଭିଯୋଗ ହୋଇଛି। ଫଳରେ ବୋମା ମାଡରେ ତାଙ୍କ ଘରର କବାଟ ଭାଙ୍ଗିଛି। ଏହା ବ୍ୟତୀତ ଅନ୍ୟ କୌଣସି କ୍ଷତି ହୋଇ ନ ଥିବା ଜଣାପଡିଛି।
ସୂଚନାଯୋଗ୍ୟ ଯେ, ଚଳିତ ନିର୍ବାଚନରେ ଆଶ୍ରିକ ପଟ୍ଟନାୟକ ପିପିଲିରୁ ବିଜେପି ପ୍ରାର୍ଥୀ ହୋଇଥିଲେ।



