www.samajalive.in
Sunday, December 7, 2025
14.1 C
Bhubaneswar

ଡବ୍ଲ୍ୟୁଏଚଓ ପାଣ୍ଠି ଅଟକାଇଲେ ଟ୍ରମ୍ପ

ୱାଶିଂଟନ: ପୂର୍ବ ଚେତାବନୀ ଅନୁସାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ)କୁ ଦିଆଯାଉଥିବା ପାଣ୍ଠିକୁ ଅଟକାଇ ଦେଇଛନ୍ତି। ଡବ୍ଲ୍ୟୁଏଚଓ ନିଜ କର୍ତ୍ତବ୍ୟ ପାଳନ କରି ନ ଥିବା ଏବଂ ଚୀନକୁ ସୁହାଇଲା ଭଳି କାର୍ଯ୍ୟ କରୁଥିବା ଟ୍ରମ୍ପ ଅଭିଯୋଗ କରି ଏହି ପଦକ୍ଷେପ ନେଇଛନ୍ତି। କରୋନା ଭୂତାଣୁକୁ ରୋକିବା ଦିଗରେ ଡବ୍ଲ୍ୟୁଏଚଓ ଠିକ୍‌ ଭାବେ କାର୍ଯ୍ୟ କରି ନ ଥିବା ଏବଂ ଭୂତାଣୁ ସମ୍ପର୍କିତ ତଥ୍ୟ ଲୁଚାଇବାରେ ସଂଗଠନର ଭୂମିକା ଆକଳନ କରାଯିବ ବୋଲି ଟ୍ରମ୍ପ କହିଛନ୍ତି।

ସୂଚନାଯୋଗ୍ୟ, କରୋନା ଭୂତାଣୁର ପ୍ରଥମ ମାମଲା ଗତବର୍ଷ ନଭେମ୍ବରରେ ଚୀନର ଉହାନ ସହରରେ ଦେଖିବାକୁ ମିଳିଥିଲା। ଆମେରିକାର ଜନ ହପକିନ୍ସ ବିଶ୍ବବିଦ୍ୟାଳୟ ତଥ୍ୟ ଅନୁସାରେ ଏହି ଭୂତାଣୁ ଏବେ ସାରା ବିଶ୍ବରେ ୧ ଲକ୍ଷ ୨୬ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇସାରିଲାଣି। ତାହା ମଧ୍ୟରେ ଆମେରିକାର ୨୫ ହଜାର ଲୋକ ରହିଛନ୍ତି। ଭୂତାଣୁକୁ ରୋକିବା କ୍ଷେତ୍ରରେ ଡବ୍ଲ୍ୟୁଏଚଓର ଭୂମିକା ସନ୍ଦେହଜନକ ଥିବାରୁ ଟ୍ରମ୍ପ ଆମେରିକା ପକ୍ଷରୁ ଏହି ସଂଗଠନକୁ ଦିଆଯାଉଥିବା ପାଣ୍ଠି ରୋକିବାକୁ ନିଜ ପ୍ରଶାସନକୁ ମଙ୍ଗଳବାର ନିର୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଆମେରିକା ପ୍ରତିବର୍ଷ ଡବ୍ଲ୍ୟୁଏଚଓକୁ ୪୦୦ରୁ ୫୦୦ ମିଲିୟନ ଡଲାର ଅର୍ଥରାଶି ପ୍ରଦାନ କରୁଥିବାବେଳେ ଚୀନ ମାତ୍ର ୪୦ ମିଲିୟନ ଡଲାର ଦେଇଥାଏ।

Hot this week

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

Related Articles

Popular Categories