ବେଆଇନ ଧାନ ଚାଲାଣ ଘଟଣା : ୨ ଟ୍ରକ ଜବତ କଲା ଯୋଗାଣ ବିଭାଗ

ପାଟଣା : ଢେଙ୍କିକୋଟ ଟିକିରା ଠାରୁ ବେଆଇନ ଧାନ ଚାଲାଣ ହେଉଥିବା ଧାନ ବୋଝେଇ ୨ ଟ୍ରକକୁ ଜିଲ୍ଲା ଯୋଗାଣ ବିଭାଗ ଜବତ କରିଥିବା ସୂଚନା ମିଳିଛି। ଏହି ଟ୍ରକ ଦୁଇଟିରେ ୨ ଟ୍ରିପ ଧାନ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ଖବର ପାଇ ଜିଲ୍ଲା ଯୋଗାଣ ଅଧିକାରୀ ବସନ୍ତ କୁମାର ପଣ୍ଡାଙ୍କ ନିର୍ଦେଶ ରେ ଯୋଗାଣ ବିଭାଗର ଅଧିକାରୀ ମାନେ ଟିକିରା ନିକଟରେ ଧାନ ଗାଡିକୁ ଅଟକାଇବା ସମୟରେ ସେମାନଙ୍କୁ ଆକ୍ରମଣ କରାଯାଇଥିବା ଯୋଗାଣ ବିଭାଗ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଧାନ ଗାଡି ଦୁଇଟିକୁ ଯୋଗାଣ ବିଭାଗ ଜବଦ କରିବା ପରେ ପାଟଣା ବ୍ଲକ ଗୁଳୁଦି ପଶି ସ୍ଥିତ ବୈତରଣୀ ରାଇସ ମିଲକୁ ନେଇଥିଲେ । ଆଜି ସନ୍ଧ୍ୟାରେ ଗାଡ଼ିରୁ ସମସ୍ତ ଧାନ ବସ୍ତା ଓହ୍ଲାଇ ଦିଆଯାଇଛି। ତେବେ ଗାଡି ଦୁଇଟିକୁ ପାଟଣା ପୁଲିସକୁ ଦିଆଯାଇ ପାରେ ବୋଲି ଯୋଗାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ମନମୋହନ ପଟ୍ଟନାୟକ, ବୀରକିଶୋର ମାରାଣ୍ଡି ଓ ସବ୍ୟସାଚୀ ବସ୍ତିଆଙ୍କ ସହ ଘଟଗାଁ ବ୍ଲକ ଯୋଗାଣ ନିରୀକ୍ଷକ ବାଜିନାଥ ମାହାଳି ପାଟଣା ବ୍ଲକ ଯୋଗାଣ ନିରିକ୍ଷୀକା ବିଦ୍ୟୁତଲତା ନାୟକ ଓ ସଦର ଯୋଗାଣ ନିରୀକ୍ଷକ ଅମ୍ବିକା ପ୍ରସାଦ ରଥ ପ୍ରମୁଖ ଉପସ୍ଥିତିରେ ଏହି ୨ ଗାଡିର ୭ ଶହ କୁଇଣ୍ଟାଲରୁ ଅଧିକ ଧାନ ବସ୍ତା ଓହ୍ଲାଇ ଦିଆଯାଇଥିବା ଜଣାପଡିଛି । ତେବେ କିଛି ଚାଷୀ ସ୍ଵଇଛାରେ ବେପାରୀଙ୍କୁ ଧାନ ବିକ୍ରି କରିଥିବା ଏଠାରେ ଅଭିଯୋଗ କରିଥିଲେ।

Comments are closed.