ମୟୂରଭଞ୍ଜ: ମୟୂରଭଞ୍ଜ ବାଙ୍ଗିରପୋଷି ଥାନା ଜଗନ୍ନାଥ ଖୁଣ୍ଟା ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ଟ୍ରକ୍ ପୋଲ ତଳ କେନାଲକୁ ଖସିପଡିଛି। ଏଥିରେ ଟ୍ରକ୍ ଡ୍ରାଇଭର ଏବଂ ହେଲପରଙ୍କର ମୃତ୍ୟୁ ଘଟିଛି। ଦୁଇ ମୃତକ ଶ୍ରୀକାକୁଲମ ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ଟ୍ରକଟି ମଙ୍ଗଳବାର ବିଳମ୍ବିତ ରାତିରେ ବାରିପଦାରୁ ଝାରପୋଖରୀୟା ଯାଉଥିଲା। ଜଗନ୍ନାଥଖୁଣ୍ଟା ଛକ ନିକଟରେ ହଠାତ୍ ଟ୍ରକଟି ଭାରସାମ୍ୟ ହରାଇ ୨୦ଫୁଟ୍ ତଳ ସୁବର୍ଣ୍ଣରେଖା କେନାଲ ଭିତରକୁ ଖସି ପଡ଼ିଥିଲା। ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Popular Categories



