www.samajalive.in
Monday, December 8, 2025
14.1 C
Bhubaneswar

ମେଣ୍ଟ ହେଲେ ସମୀର ସ୍ୱାଧୀନ ବୋଲି ଚର୍ଚ୍ଚା, ଦେଖିବ କି ନୂଆ ମୁହଁ ?

ନିମାପଡ଼ା, : ସତରେ କ’ଣ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେବ ନା ଏକାକୀ ଲଢ଼ିବେ, ଏହି ଦୁଇ ଦଳ ନିଷ୍ପତ୍ତିକୁ ଚାହିଁ ରହିଛନ୍ତି ନେତା, କର୍ମୀ ଓ ଭୋଟର। ଯଦି ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ବୁଝାମଣା ହୁଏ ତେବେ ନିମାପଡ଼ା ଆସନଟି ବିଜେଡି ହାତରେ ରହିବ ବୋଲି ଚର୍ଚ୍ଚା ହେଉଛି। ବହୁ ବାଦବିବାଦ ସତ୍ତ୍ବେ ଏଠାରେ ବିଧାୟକ ସମୀର ରଞ୍ଜନ ଦାଶଙ୍କ ଦଳୀୟ ସଂଗଠନ ସୁଦୃଢ଼ ରଖିବାକୁ ପ୍ରୟାସ ଚଳାଇଛନ୍ତି। ୨୦୦୯ ବିଧାନସଭା ନିର୍ବାଚନରେ ବିଜେଡିରୁ ସମୀରଙ୍କୁ ୮୦୭୬୨ ଖଣ୍ଡ ଭୋଟ ମିଳିଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ବୀ କଂଗ୍ରେସର ସତ୍ୟବ୍ରତ ପାତ୍ର ୪୧୬୦୮ ଖଣ୍ଡ ଭୋଟ ପାଇଥିଲେ।

ସେହିପରି ୨୦୧୪ରେ ବିଜେଡିରୁ ସମୀର ୮୬୯୫୮ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ବୀ ବିଜେପିର ପ୍ରଭାତୀ ପରିଡ଼ା ୫୭ହଜାର ୩୨୧ ଖଣ୍ଡ ଭୋଟ ପାଇଥିଲେ। ୨୦୧୯ ନିର୍ବାଚନରେ ବିଜେଡିରୁ ସମୀରଙ୍କୁ ୯୧୧୬୦ ଖଣ୍ଡ ଭୋଟ ମିଳିଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ବୀ ବିଜେପିର ପ୍ରଭାତୀଙ୍କୁ ୫୯ ହଜାର ୧୫୨ ଖଣ୍ଡ ଭୋଟ ମିଳିଥିଲା। ୨୦୦୯ରୁ ୨୦୧୯ରେ ଲଗାତାରଭାବେ ୩ ଥର ବିଧାୟକ ଭାବେ ଏଠାରୁ ନିର୍ବାଚିତ ହୋଇ କ୍ଷମତାରେ ରହିଛନ୍ତି ସମୀର। ନିର୍ବାଚନକୁ ନେଇ ଏଠାରେ ବିଜେଡି, ବିଜେପି ଓ କଂଗ୍ରେସ ନିଜର ଋଣନୀତି ପ୍ରସ୍ତୁତ କଲାବେଳେ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ଚର୍ଚ୍ଚା ଏହି ଦୁଇଦଳର ନେତା ଓ କର୍ମୀଙ୍କ ମନୋବଳକୁ ଦୋହଲାଇ ଦେଇଛି। ବିଶେଷକରି ନିମାପଡ଼ା ନିର୍ବାଚନମଣ୍ଡଳୀର ଉଭୟ ଦଳୀୟ କର୍ମୀ ଓ ସମର୍ଥକ ମେଣ୍ଟ ସପକ୍ଷରେ ନାହାନ୍ତି। ଏହି ଆସନରୁ ଲଢ଼ିବା ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ଦଳରେ ବହୁ ନୂଆ ମୁହଁ ଆବିର୍ଭାବ ହୋଇଛନ୍ତି। ଯଦି ମେଣ୍ଟ ହୁଏ ତେବେ ଅନେକ ବିଜେପି ଓ ବିଜେଡି ଆଶାୟୀ ପ୍ରାର୍ଥୀଙ୍କ ଆଶା ଆଶାରେ ହିଁ ରହିଯିବ ଏଥିରେ ସନ୍ଦେହ ନାହିଁ। ଏଠାରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା ହେବାର ସମ୍ଭାବନା ରହିଛି। ଯଦି ମେଣ୍ଟ ହୁଏ ତେବେ ମେଣ୍ଟ ପ୍ରାର୍ଥୀ ଓ କଂଗ୍ରେସ ମଧ୍ୟରେ ମୁକାବିଲା ହେବ।

- Advertisement -

ନିମାପଡ଼ା ବ୍ଲକର ୩୨ଟି ପଞ୍ଚାୟତ, ଗୋପ ବ୍ଲକର ୧୪ ପଞ୍ଚାୟତ ଓ ନିମାପଡ଼ା ଏନ୍‌ଏସିର ୧୧ଟି ୱାର୍ଡକୁ ନେଇ ଗଠିତ ନିମାପଡ଼ା ନିର୍ବାଚନମଣ୍ଡଳୀରେ ଶ୍ରୀ ଦାଶ ବିଜେଡି ସଙ୍ଗଠନକୁ ତୃଣମୂଳସ୍ତରରେ ଅଧିକ ଶକ୍ତିଶାଳୀ କରିବା ପାଇଁ ପ୍ରୟାସ ଚଳାଇ ଆସିଛନ୍ତି। ୧୧ନଂ ଜୋନ୍‌ର ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣା ଏବଂ ଏହି ଜୋନ୍‌ରୁ ବିଜେଡି ହାରିବା ପରେ ବିବାଦରେ ଛନ୍ଦି ହୋଇପଡ଼ିଥିଲେ ସମୀର। ଯଦି ମେଣ୍ଟ ହୁଏ ଏହି ଆସନଟି ବିଜେପି ହାତକୁ ଚାଲିଯାଏ ତେବେ ସମୀର ସ୍ୱାଧୀନରୁ ନିର୍ବାଚନ ଲଢ଼ିବେ ବୋଲି ତାଙ୍କ ସମର୍ଥକଙ୍କ ମଧ୍ୟରେ ଚର୍ଚ୍ଚ‌ା ହେଉଛି। ବିଜେପିରୁ ବରିଷ୍ଠ ନେତ୍ରୀ ପ୍ରଭାତୀ ପରିଡ଼ା ଓ ଦିଲୀପ ନାୟକ ଟିକଟ ଦୌଡ଼ରେ ରହିଛନ୍ତି। କଂଗ୍ରେସରୁ ନିରଦ ବରଣ ଖୁଣ୍ଟିଆ ଓ ସିଦ୍ଧାର୍ଥ ରାଉତରାୟଙ୍କ ସମେତ ଅନେକ ଆଶାୟୀ ରହିଛନ୍ତି। କଂଗ୍ରେସର ସ୍ଥିତି ଏଠାରେ ଭଲ ନଥିଲେ ମଧ୍ୟ ଗୋଳିଆ ପାଣିରୁ ଫାଇଦା ଉଠାଇବାକୁ କଂଗ୍ରେସ ଋଣନୀତି ଚଳାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories