www.samajalive.in
Friday, December 5, 2025
26.1 C
Bhubaneswar

ରାଷ୍ଟ୍ରପତି ନିର୍ବାଚନରେ ପୁଣି ମୁହାଁମୁହିଁ ହେବେ ବାଇଡେନ-ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଦୁଇ ବଡ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିବେଚନା କରାଯାଉଥିବା ଜୋ ବାଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ମୁହାଁମୁହିଁ ହେବେ । କାରଣ ବୁଧବାର ଏହି ଦୁଇ ଦଳର ନେତା ନିଜ ନିଜ ଦଳର ପ୍ରାଥମିକ ନିର୍ବାଚନରେ ବିଜୟ ହାସଲ କରି ପ୍ରମୁଖ ଦାବିଦାର ହୋଇଛନ୍ତି । ବର୍ତ୍ତମାନ ରାଷ୍ଟ୍ରପତି ଥିବା ଜୋ ବାଇଡେନଙ୍କ ଡେମୋକ୍ରାଟିକ୍‍ ଦଳ ୱାଶିଂଟନରେ ପ୍ରାଥମିକ ନିର୍ବାଚନରେ ବିଜିୟ ହାସଲ କରିଛି । ସେହିପରି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟି ପ୍ରାଥମିକ ନିର୍ବାଚନରେ ଜିତିଛନ୍ତି ।
ଆମେରିକା ନ୍ୟୁଜ୍‍ ଏଜେନ୍ସିଙ୍କ ସୂଚନା ଅନୁସାରେ ଜୋ ବାଇଡେନ ଡେମୋକ୍ରାଟିକ ପ୍ରତିନିଧି ୨୦୯୯ ଭୋଟ ପାଇଥିବା ବେଳେ ଜେସନ ପାମରଙ୍କୁ ୩ଟି ଭୋଟ ଏବଂ ଅନ୍ୟମାନେ (ଅଣସଂଗଠିତ) ୨୦ଟି ଭୋଟ ପାଇଛନ୍ତି । ଏହାର ଅର୍ଥ ଜୋ ବାଇଡେନ କେବଳ ୨୦୭୯ ଭୋଟରେ ଆଗରେ ରହିଥିଲେ । ସେପଟେ ରିପବ୍ଲିକାନ ପାର୍ଟିର ପ୍ରତିନିଧି ୧୨୨୮ ଭୋଟ୍‍ ପାଇଥିବା ବେଳେ ନିକ୍କି ହେଲି ୯୧, ରୋନ୍‍ ଡିସାଣ୍ଟିସ୍‍ ୯ ଏବଂ ବିବେକ ରାମସ୍ୱାମୀ ମାତ୍ର ତିନୋଟି ଭୋଟ ପାଇଛନ୍ତି । ଏଭଳି ପରିସ୍ଥିତିରେ ଡୋନାଲ୍ଡ ଟ୍ରମ୍ପ ୧୧୩୭ଭୋଟରେ ଏହି ରେସରେ ଆଗରେ ଥିଲେ । ଏହି ଆଧାରରେ ୨୦୨୪ ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନରେ ଉଭୟ ଦଳର ନେତା ଜୋ ବାଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ମୁହାଁମୁହିଁ ହେବେ ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories