ସୁନ୍ଦରଗଡ: ଯୁବକଙ୍କ ଗଳା କାଟି ହତ୍ୟା। ସୁନ୍ଦରଗଡ ଜିଲ୍ଲା ଧରୁଆଡିହି ଥାନା ଲମଟି ଗାଁ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଲମଟି ଗାଁର ଦେବାନନ୍ଦ ସୁନ୍ୟାନି ବୋଲି ଜଣାପଡିଛି । ଏକ ଧାରୁଆ ଅସ୍ତ୍ରରେ ଯୁବକଙ୍କ ଗଳା କାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ ସୁଦ୍ଧା ହତ୍ୟାର କାରଣ ଜଣାପଡିନି। ବୁଧବାର ସକାଳେ କିଛି ସ୍ଥାନୀୟ ଲୋକ ଗାଁର ଏକ ସ୍କୁଲ ନିକଟରେ ସୁନ୍ୟାନିଙ୍କ ମୃତଦେହ ପଡିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।
Popular Categories



