www.samajalive.in
Friday, December 5, 2025
26.1 C
Bhubaneswar

ଦୁଇ ଶିଶୁ କନ୍ୟାଙ୍କ ସନ୍ଦେହଜନକ ମୃତ୍ୟୁ

ପାଟଣା: ଦୁଇ ଶିଶୁ କନ୍ୟାଙ୍କ ସନ୍ଦେହଜନକ ମୃତ୍ୟୁ। କେନ୍ଦୁଝର ପାଟଣା ବ୍ଲକ ବୁଢ଼ୀକାପୁଡ଼ି ପଞ୍ଚାୟତ ପୁରନ୍ଦରପୁର ଗାଁର ଟଙ୍କଧର ମହାରଣାଙ୍କର ଦୁଇ ନାବାଳିକା ଝିଅଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଉଭୟ ଶିଶୁ କନ୍ୟା କୌଣସି ପ୍ରକାର ଅଖାଦ୍ୟ ଖାଇ ଅଥବା ସର୍ପାଘାତରେ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି। ମୃତକ ଇତିଶ୍ରୀ ମହାରଣା ଏବଂ ଲିପି ମହାରଣା ବୋଲି ଜଣାପଡିଛି। ମଙ୍ଗଳବାର ଉଭୟ ଶିଶୁ କନ୍ୟାଙ୍କୁ ନେଇ ମାଆ ଶାନ୍ତିଲତା  ଗାଁ ଅଙ୍ଗନବାଡ଼ି କେନ୍ଦ୍ରକୁ ଭିଏଚଏନଡି ପାଇଁ ଯାଇଥିଲେ। ସେଠାରେ ଲିପି ବାନ୍ତି କରିଥିବା ଜଣାପଡିଛି। ବାନ୍ତି ଓ ମୁଣ୍ଡ ବୁଲାଇବା କାରଣରୁ ଦୁଇ ଶିଶୁଙ୍କୁ ପରିବାର ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ରାସ୍ତାରେ ବଡ଼ ଝିଅର ମୃତ୍ୟୁ ଘଟିଥିବାବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ  ଲିପି ପ୍ରାଣ ହରାଇଛି। ଘଟଣା ଜଣାପଡିବା ପରେ ତୁରୁମୁଙ୍ଗା ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି ଓ ଏଏସଆଇ ସୁଜାତା ମହାନ୍ତ ପୁରନ୍ଦରପୁର ଗାଁକୁ ଯାଇ ସମଗ୍ର ଘଟଣାର ଛାନଭିନ କରିଛନ୍ତି। ସ୍ବାସ୍ଥ୍ୟ ବିଭାଗର ଏକ ପ୍ରତିନିଧି ଦଳ ପୁରନ୍ଦରପୁର ଯାଇ ମଧ୍ୟ ଶିଶୁ ମୃତ୍ୟୁର କାରଣ ଅନୁଧ୍ୟାନ କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଉଛି।

Hot this week

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

Related Articles

Popular Categories