ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ୪୯ ନଂ ଜାତୀୟ ରାଜପଥରେ ଅଭାବନୀୟ ଘଟଣା ଘଟିଛି। ରାଜବଶା ଛକ ନିକଟରେ ଏକ ପିଆଜ ବୋଝେଇ ଟ୍ରକ୍ ନିଆଁଲାଗି ଜଳିଯାଇଛି। ନାସିକରୁ ଉକ୍ତ ଟ୍ରକ୍ ପିଆଜ ବୋଝେଇ କରି କଲିକତା ଅଭିମୁଖେ ଯାଉଥିବା ବେଳେ ଦ୍ୱାରଶୁଣି ଘାଟିରେ ହଠାତ୍ ଜଳି ଉଠିଥିଲା। ନିଆଁ ଲାଗିବା ଜାଣି ଡ୍ରାଇଭର ଭାରଶ୍ୟାମ ହରେଇ ଟ୍ରକ ଜଙ୍ଗଲ ଭିତରକୁ ପଶେଇ ଦେଇଥିଲେ । ଖବର ପାଇ ୪ଟି ଅଗ୍ନିଶମ ଗାଡିର କର୍ମଚାରୀ ନିଆଁ ଲିଭାଇବାକୁ ଚେଷ୍ଟା ଜାରି ରଖିଥିବା ବେଳେ ନିଆଁ ଆୟତ୍ତ ହୋଇ ପାରିନାହିଁ । ସର୍ଟ ସର୍କିଟ ଯୋଗୁ ଏହି ନିଆଁ ଲାଗିଥିବା ଅନୁମାନ କରାଯାଉଛି । ପୋଲିସର ସୂଚନା ଅନୁଯାୟୀ ଡ୍ରାଇଭର/ଖଳାସୀ ର କୌଣସି ସୂଚନା ମିଳିନାହିଁ ।
Popular Categories



