www.samajalive.in
Saturday, December 6, 2025
14.1 C
Bhubaneswar

ପରିତ୍ୟକ୍ତ ଚୁଆରୁ ଅହିରାଜ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ତଣ୍ଡୋ ବିଟ୍ ଅନ୍ତର୍ଗତ ଜାମୁଳେଇବେଡା ହାଟ ନିକଟ ଏକ ପରିତ୍ୟକ୍ତ ଚୁଆରୁ ବନ ବିଭାଗ ଆଜି ଏକ ବିଶାଳ ଅହିରାଜ ସାପ ଉଦ୍ଧାର କରିଛି। ଆଜି ପୂର୍ବାହ୍ନରେ ସାପଟି ଏକ ପରିତ୍ୟକ୍ତ ଚୁଆରେ ଥିବା ସ୍ଥାନୀୟ ଲୋକେ ଦେଖି ପାଟଣା ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ପାଟଣା ବନବିଭାଗ କର୍ମଚାରୀ ପହଞ୍ଚି ସର୍ପ ଧରାଳିଙ୍କ ସହାୟତାରେ ସାପଟିକୁ ଉଦ୍ଧାର କରି ଅଟେଇ ସଂରକ୍ଷିତ ଜଙ୍ଗଲରେ ଛାଡିଥିବା ବନ ବିଭାଗ ସୂଚନା ଦେଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories