www.samajalive.in
Saturday, December 6, 2025
14.1 C
Bhubaneswar

ନିର୍ବାଚନୀ ବଣ୍ଡକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦୀ: କହିଲେ- ଯେଉଁମାନେ ଏହାକୁ ନେଇ ନାଚୁଛନ୍ତି..

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନୀ ବଣ୍ଡ ଯୋଜନା ଖାରଜ ହେବା ତାଙ୍କ ସରକାର ପାଇଁ ଏକ ଝଟ୍‌କା ବୋଲି ସ୍ବୀକାର କରିବାକୁ ମନା କରିଦେଇଛନ୍ତି। ତାମିଲନାଡୁର ଏକ ଟିଭି ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ପାଇଁ ନିର୍ବାଚନୀ ବଣ୍ଡ ଯୋଜନାକୁ ନେଇ ନିଜର ମତ ପ୍ରକାଶ କରିଛନ୍ତି। ଯେତେବେଳେ ସାମ୍ବାଦିକ ତାଙ୍କୁ ପ୍ରଶ୍ନ କରିଥିଲେ ଯେ, ଏହି ଯୋଜନାକୁ କୋର୍ଟ ଖାରଜ କରିବା ସରକାରଙ୍କ ପାଇଁ ଏକ ଝଟ୍‌କା ଭାବେ ବିବେଚନା କରାଯିବ କି? ସେତେବେଳେ ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି – ‘‘୨୦୧୪ ପୂର୍ବରୁ ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡ଼ିକୁ ମିଳିଥିବା ଅର୍ଥର କୌଣସି ହିସାବ ନଥିଲା। ମୋତେ କୁହନ୍ତୁ ଏପରି କ’ଣ ଘଟିଛି ଯଦ୍ବାରା ଏହା ବିଶ୍ବାସ କରାଯିବ ଯେ ଏହା ମୋ ସରକାର ପାଇଁ ଏକ ଝଟ୍‌କା। ମୋର ଦୃଢ ବିଶ୍ବାସ ଯେ ଯେଉଁମାନେ ଆଜି ଏହାକୁ ନେଇ ନାଚୁଛନ୍ତି ସେମାନେ ପରେ ଅନୁତାପ କରିବେ।’’

ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ମୁଁ ସେହି ସମସ୍ତ ପଣ୍ଡିତମାନଙ୍କୁ ପଚାରିବାକୁ ଚାହେଁ ଯେ ୨୦୧୪ ପୂର୍ବରୁ ଅନୁଷ୍ଠିତ ହୋଇଥିବା ସମସ୍ତ ନିର୍ବାଚନରେ ​​ଟଙ୍କା ତ ନିଶ୍ଚିତ ଖର୍ଚ୍ଚ ହୋଇଥିବ, ତେବେ କେଉଁ ଏଜେନ୍ସି ଏଭଳି ଅଛି ଯିଏ କହିପାରିବ ଯେ ଟଙ୍କା କେଉଁଠୁ ଆସିଲା ଏବଂ କୁଆଡ଼େ ଗଲା? ମୋଦୀ ନିର୍ବାଚନୀ ବଣ୍ଡ ଆଣିଲେ, ଏହି କାରଣରୁ ଆଜି ଆପଣ ଜାଣିବାକୁ ସକ୍ଷମ ହେଉଛନ୍ତି ଯେ ବଣ୍ଡ କିଏ ନେଲା ଏବଂ କାହାକୁ ଦେଲା। ଏହି କାରଣରୁ ଅର୍ଥର ଉତ୍ସ ଜଣାପଡ଼ୁଛି। କୌଣସି ବ୍ୟବସ୍ଥା ସଂପୂର୍ଣ୍ଣ ସଠିକ୍‌ ହୋଇ ନଥାଏ, ତ୍ରୁଟି ଥାଇପାରେ କିନ୍ତୁ ସେଗୁଡ଼ିକ ସଂଶୋଧିତ ହୋଇପାରିବ।’’

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories