www.samajalive.in
Sunday, December 7, 2025
26.1 C
Bhubaneswar

ଗୋପବନ୍ଧୁଙ୍କ ସୁଆଣ୍ଡୋ ସ୍ଥିତ ବାସଗୃହକୁ ଜାତୀୟ ସ୍ମାରକୀ ମାନ୍ୟତା ଦାବି

ପିପିଲି : ଅଗ୍ରଣୀ ନାଗରିକ ସଂଗଠନ ଜନସ୍ୱାର୍ଥ ସୁରକ୍ଷା ସମିତି ପକ୍ଷରୁ ଦାଣ୍ଡମୁକୁନ୍ଦପୁର ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସୁଆଣ୍ଡୋ ସ୍ଥିତ ବାସଗୃହକୁ ଜାତୀୟ ସ୍ମାରକୀର ମାନ୍ୟତା ପ୍ରଦାନ କରିବା ଓ ସତ୍ୟବାଦୀ ବନବିଦ୍ୟାଳୟର ପୁନଃରୁଦ୍ଧାର କରି ଶିକ୍ଷାକ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ପିପିଲିସ୍ଥିତ ଗୋପବନ୍ଧୁଙ୍କ ଦ୍ୱାରା ପ୍ରତିଷ୍ଠିତ ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତୀରେ ପ୍ରତ୍ୟୁଷରେ ମାଲ୍ୟାର୍ପଣ କରାଯାଇଥିଲା। ଏହି ଅବସରରେ ସମିତିର ମୁଖ୍ୟ ସଂଯୋଜକ ଶିକ୍ଷାବିତ୍‍ ସନ୍ତୋଷ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତି ସଭାରେ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବନବିହାରୀ ପଣ୍ଡା, ଯୋଗଗୁରୁ ବଂଶୀଧର ସାହୁ, ସମାଜସେବୀ ପ୍ରଦୀପ୍ତ ଦାସ, ସଦାଶିବ ମହାନ୍ତି, ଶିକ୍ଷାବିତ୍‍ ପ୍ରସନ୍ନ ଦାସ, ତାପସ କୁମାର ଦାସ, ଚିତ୍ତରଞ୍ଜନ ସାହୁ, ରଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦେଇ ଗୋପବନ୍ଧୁଙ୍କ ଜୀବନଦର୍ଶନ ଓ ବହୁମୁଖି ପ୍ରତିଭା ସଂପର୍କରେ ଆଲୋକପାତ କରିବା ସହ ସତ୍ୟବାଦୀ ବନବିଦ୍ୟାଳୟର ପୁନଃରୁର୍ଦ୍ଧାର କରି ଶିକ୍ଷାକ୍ଷେତ୍ରରେ ସଂସ୍କାର ଆଣିବା ଓ ଗୋପବନ୍ଧୁଙ୍କ ସୁଆଣ୍ଡୋ ସ୍ଥିତ ବାସଗୃହକୁ ଜାତୀୟ ସ୍ମାରକୀର ମାନ୍ୟତା ପ୍ରଦାନ କରିବାକୁ ଦାବି କରିଥିଲେ ।

ସରକାରଙ୍କ ପକ୍ଷରୁ ଗୋପବନ୍ଧୁଙ୍କ କବିତାକୁ ଭାଷାନ୍ତର କରି ପ୍ରତିଷ୍ଠିତ କଣ୍ଠଶିଳ୍ପୀଙ୍କ ଦ୍ୱାରା ରେକଡିଂ କରାଇ ଦେଶ ବିଦେଶରେ ପ୍ରସାର କରାଇବାକୁ ଶ୍ରୀ ମିଶ୍ର ଦାବି ରଖିଥିଲେ । ଉପରୋକ୍ତ ଦାବି ସଂପର୍କିତ ଏକ ସ୍ମାରକପତ୍ରକୁ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ରାଜ୍ୟ ସଂସ୍କୃତି ମନ୍ତ୍ରୀଙ୍କ ନିକଟକୁ ପଠାଯିବା ପାଇଁ ଉକ୍ତ ସଭାରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ଅବସରରେ ଗୋପବନ୍ଧୁଙ୍କ କବିତା ଓ ସଂକ୍ଷୀପ୍ତ ଜୀବନୀ ପାଠ କରାଯାଇଥିଲା ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories