www.samajalive.in
Sunday, December 14, 2025
17.1 C
Bhubaneswar

ଜଙ୍ଗଲ ନିଆଁରେ ଜଳିଗଲେ ୪ ଛାତ୍ର

ଚେନ୍ନଇ : ତାମିଲନାଡୁର ଥେନି ଜିଲା କୁରେଙ୍ଗିନି ଜଙ୍ଗଲରେ ରବିବାର ବଡ ଧରଣର ନିଆଁ ଲାଗିଥିବାବେଳେ ସେଠାକୁ ଟ୍ରେକିଂ (ପର୍ବତାରୋହଣ) ପାଇଁ ଯାଇଥିବା ୪ ଜଣ ଛାତ୍ର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଟ୍ରେକିଂ ପାଇଁ ଯାଇଥିବା ଛାତ୍ରଙ୍କ ମଧ୍ୟରୁ ୧୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏମାନଙ୍କ ବ୍ୟତୀତ ଅନେକ ଛାତ୍ର ନିଅାଁ ମଧ୍ୟରେ ଫସିରହିଥିବା ଜଣାଯାଇଛି।

ଜଙ୍ଗଲ ନିଆଁରେ ଫସିଥିବା ଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଇ ପଲାନିସ୍ୱାମୀ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହାୟତା ଲୋଡିଛନ୍ତି। ନିଆଁ ମଧ୍ୟରେ ଫସିଥିବା ଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ବାୟୁସେନାକୁ ନିର୍ଦେଶ ଦେଇଛନ୍ତି। ନିର୍ଦେଶକ୍ରମେ ବାୟୁସେନାର ନଦର୍ଣ୍ଣ କମାଣ୍ଡ ଉଦ୍ଧାର କାର୍ଯ୍ୟ କରିଛି। ଏହା ସହିତ ରାଜ୍ୟ ସରକାରଙ୍କ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି।

- Advertisement -

ରାତି ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଉପମୁଖ୍ୟମନ୍ତ୍ରୀ ଓ ପନିରସେଲଭମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଛାତ୍ରମାନେ ପର୍ବତାରୋହଣ ଉଦ୍ଦେଶ୍ୟରେ ଯାଇଥିବାବେଳେ ନିଆଁରେ ଫସିଯାଇଥିଲେ। ସେମାନେ ଏ ସମ୍ପର୍କରେ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories