www.samajalive.in
Sunday, December 14, 2025
26.1 C
Bhubaneswar

ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଆର୍‌ବିଆଇ ଅଡିଟ୍‌

ବ୍ୟାବସାୟିକ କାରବାର, ଫାଇନାନ୍ସ, ଏଲ୍‌ଓୟୁ ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ  : ଦେଶରେ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ବଢି ଚାଲିଥିବା ଠକେଇ ଘଟଣାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ରାଷ୍ଟ୍ର୍ରାୟତ୍ତ ବ୍ୟାଙ୍କ (ପିଏସ୍‌ବି)ଗୁଡିକ ବିରୋଧରେ ଅଡିଟ୍‌ ଆରମ୍ଭ କରିଛି। ଏଥିରେ ରିଜର୍ଭ ବ୍ୟାଙ୍କ ବ୍ୟବସାୟିକ କାରବାର, ଫାଇନାନ୍ସ ଏବଂ ଘୋଷଣାନାମା ପତ୍ର୍ର(ଏଲ୍‌ଓୟୁ) ଇସ୍ୟୁ ଉପରେ ଅଧିକ ଗୁରୁତ୍ୱ ଦେଉଛି।
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି)ରେ ସଂଘଠିତ ମହାଠକେଇ ପରେ କେନ୍ଦ୍ରୀୟ ବ୍ୟାଙ୍କ ତା’ର ତଦାରଖ ଏବଂ ଯାଞ୍ଚ ବ୍ୟବସ୍ଥାକୁ ଅଧିକ କଡାକଡି କରିବାକୁ ଯାଇ ବ୍ୟାଙ୍କଗୁଡିକକେତେ ଏଲ୍‌ଓୟୁ ଇସ୍ୟୁ କରିଛନ୍ତି ସେ ସମ୍ପର୍କରେ ତଥ୍ୟ ମାଗିଛି। ଗ୍ରାହକଙ୍କୁ ଋଣ ଗ୍ୟାରେଣ୍ଟି ଇସ୍ୟୁ କରିବା ପୂର୍ବରୁ ବ୍ୟାଙ୍କଗୁଡିକ ଋଣ ସୀମାର ଅନୁମୋଦନ କରାଇଥିଲେ କିମ୍ବା ନିଜ ନିକଟରେ ଲାଭାଂଶ ଆକାରରେ ପର୍ଯ୍ୟାପ୍ତ ନଗଦ ଅର୍ଥ ରଖିଥିଲେ କି ନାହିଁ ସେ ନେଇ କେନ୍ଦ୍ରୀୟ ବ୍ୟାଙ୍କ ଏବେ ତଥ୍ୟ ଚାହୁଁଛି। ନିକଟରେ ନିରବ ମୋଦିଙ୍କ ଦ୍ୱାରା ପିଏନ୍‌ବିରେ ହୋଇଥିବା ଠକେଇ କିମ୍ବା ଅନ୍ୟ କେତେକ ଋଣ ଖିଲାପକାରୀ ବ୍ୟବସାୟିକ କାରବାର କ୍ଷେତ୍ରରେ କରାଯାଇଥିବା ଫାଇନାନ୍ସ ସୁବିଧାକୁ ଆଧାର କରି ଏହି ଠକେଇ କରିଥିବା ଜଣାଯାଇଛି। ସମ୍ଭାବ୍ୟ ଜାଲିଆତି ଘଟଣାକୁ ଦୃଷ୍ଟିରେ ରଖି ୫୦କୋଟି ଟଙ୍କାରୁ ଅଧିକ ସମସ୍ତ ଅଣକାର୍ଯ୍ୟକାରୀ ପୁଞ୍ଜି (ଏନ୍‌ପିଏ)ର ତଦନ୍ତ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିକଟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ନିର୍ଦେଶ ଦିଆଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories