www.samajalive.in
Monday, December 15, 2025
27.1 C
Bhubaneswar

ଭୋଟର କାର୍ଡ ସହ ଆଧାର ସଂଯୋଗ ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଭୋଟ ପରିଚୟ ପତ୍ର ସହିତ ଆଧାର ନମ୍ବର ସଂଯୋଗକୁ ବାଧ୍ୟତାମୂଳକ କରିବା ନେଇ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଆୟୋଗଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କ ନିକଟରେ ସଂଶୋଧିତ ପିଟିସନ ଦାୟର କରାଯାଇଥିବା ଜଣାଯାଇଛି।

ଭୋଟ ପରିଚୟପତ୍ର ସହିତ ଆଧାର ସଂଯୋଗ ନିଷ୍ପତ୍ତିକୁ ପୂର୍ବରୁ ଆୟୋଗ ସମର୍ଥନ ଜଣାଇଥିଲେ। ତେବେ ଏହାକୁ ଆୟୋଗ ପ୍ରଥମେ ଇଚ୍ଛାଧୀନ ପ୍ରସଙ୍ଗ ଭାବେ ଗ୍ରହଣ କରିଥିଲେ। ୨୦୧୬ରେ ଅଚଲ କୁମାର ଜୋତି ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଆଧାର ସଂଯୋଗକୁ ବାଧ୍ୟତାମୂଳକ କରିବା ନେଇ ନିଷ୍ପତ୍ତି ନେଇଥିଲେ। ଆଧାର ସଂଯୋଗ ଦ୍ୱାରା ନିର୍ବାଚନର ମତଦାନ ସମୟରେ ହେଉଥିବା ଜାଲିଆତିକୁ ରୋକାଯାଇପାରିବ ବୋଲି ଆୟୋଗ କହିଥିଲେ।

- Advertisement -

ଅନେକ ସମୟରେ ଜଣେ ଭୋଟର ଏକାଧିକ ଥର ମତଦାନ କରୁଥିବା ଅଭିଯୋଗ ହୋଇଥାଏ। ଆଧାର ସଂଯୋଗ ଦ୍ୱାରା ଜଣେ ଭୋଟର କେବଳ ଗୋଟିଏ ମତଦାନ କରିପାରିବ। ଏହା ସହିତ ଜଣେ ଲୋକ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଭୋଟର ଭାବେ ନିଜର ନାମ ପଞ୍ଜୀକରଣ କରିଥାନ୍ତି। ଆଧାର ସଂଯୋଗଦ୍ୱାରା ଏହି ଜାଲିଆତିକୁ ମଧ୍ୟ ରୋକାଯାଇପାରିବ ବୋଲି ଆୟୋଗ କହିଥିଲେ। ବର୍ତ୍ତମାନ ସୁଦ୍ଧା ୩୨କୋଟି ଆଧାର ନମ୍ବର ଭୋଟ ପରିଚୟପତ୍ର ସହିତ ସଂଯୋଗ ହୋଇସାରିଛି ବୋଲି ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ପି ରାୱତ କହିଛନ୍ତି।

ଶନିବାର ଆସୋସିଏସନ ଫର ଡୋମୋକ୍ରାଟିକ ରିଫର୍ମ୍ସ (ଏଡିଆର)ର ୧୪ତମ ଜାତୀୟ ସମ୍ମିଳନୀରେ ଯୋଗଦେଇ ରାୱତ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଅନୁମତି ମିଳିଲେ ଆଧାର ସଂଯୋଗକୁ ବାଧ୍ୟତାମୂଳକ କରାଯିବ। ଆଉ ୫୪.୫କୋଟି ଭୋଟରଙ୍କ ଭୋଟର କାର୍ଡ ସହ ଆଧାର ସଂଯୋଗ କରିବାକୁ ରହିଛି। ୨୦୧୫ ଫେବୃଆରୀରେ ନିର୍ବାଚନ ଆୟୋଗ ଭୋଟରଙ୍କ ଫଟୋ ପରିଚୟ ପତ୍ର (ଇପିଆଇସି) ସହ ଆଧାର ସଂଯୋଗ କରିବାକୁ ଗାଇଡଲାଇନ ଧାର୍ଯ୍ୟ କରିଥିଲେ। ତେବେ ୨୦୧୫ ଅଗଷ୍ଟରେ ନିର୍ବାଚନ ଆୟୋଗଙ୍କ ଏପରି ଗାଇଡଲାଇନ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଥିଲେ। ୨୦୧୭ ଜୁଲାଇରେ ନିର୍ବାଚନ ଆୟୋଗ ଭୋଟରଙ୍କ ଆଧାର ତଥ୍ୟକୁ ଡାଟାବେସ ସହିତ ଲିଙ୍କ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡିବା ପୂର୍ବକ ଆବେଦନ କରିଥିଲେ। ଏହି ଆବେଦନ ଏବେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ପୀଠରେ ବିଚାରାଧୀନ ରହିଛି। ଆଧାର ସମ୍ପର୍କିତ ସମସ୍ତ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ପୀଠ ବିଚାର କରୁଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories