BJD Bijuli 480×75 Mob

ଚାନ୍ଦିମାଲ ୨ଟି ମ୍ୟାଚ୍‌ରୁ ବାସନ୍ଦ

BJD Bijuli 480×75 Mob
0

କଲମ୍ବୋ : ଧିମା ଓଭର ହାର ପାଇଁ ଶ୍ରୀଲଙ୍କା ଅଧିନାୟକ ଦିନେଶ ଚାନ୍ଦିମାଲ ଚଳିତ ନିଦାହାସ୍‌ ଟ୍ରଫି ଟି୨୦ ଟୁର୍ଣ୍ଣାମେଣ୍ଟର ୨ଟି ମ୍ୟାଚ୍‌ରୁ ବାସନ୍ଦ ହୋଇଛନ୍ତି। ଶନିବାର ବାଂଲାଦେଶ ବିରୋଧରେ ଘରୋଇ ଶ୍ରୀଲଙ୍କା ଦଳ ନିର୍ଦ୍ଧାରିତ ସମୟରେ ୪ ଓଭର କମ୍‌ ବୋଲିଂ କରିଥିଲା। ଏଥିପାଇଁ ଆଇସିସି ମ୍ୟାଚ୍‌ ରେଫେରୀ କ୍ରିସ୍‌ ବ୍ରଡ୍‌ ଶ୍ରୀଲଙ୍କାର ଅଧିନାୟକ ଚାନ୍ଦିମାଲଙ୍କୁ ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ୨ଟି ମ୍ୟାଚ୍‌ରୁ ବାସନ୍ଦ କରିଛନ୍ତି। ଫଳରେ ସେ ସୋମବାର ଭାରତ ବିପକ୍ଷ ଓ ୧୬ରେ ବାଂଲାଦେଶ ବିପକ୍ଷ ଲିଗ୍‌ ମ୍ୟାଚ୍‌ ଖେଳିବେନାହିଁ। ଯଦି ଶ୍ରୀଲଙ୍କା ଫାଇନାଲକୁ ଯାଏ; ତେବେ ଚାନ୍ଦିମାଳ ଖେଳିବେ। ଅନ୍ୟଥା ଚଳିତ ଟୁର୍ଣ୍ଣାମେଣ୍ଟରେ ତାଙ୍କ ଅଭିଯାନ ଶେଷ ହୋଇଯାଇଛି। ଅଧିନାୟକ ଚାନ୍ଦିମାଲ ୨ଟି ମ୍ୟାଚ୍‌ରୁ ବାସନ୍ଦ ହୋଇଥିବା ବେଳେ ଦଳର ସମସ୍ତ ଖେଳାଳିଙ୍କ ୬୦ ପ୍ରତିଶତ ମ୍ୟାଚ୍‌ ଫି କାଟି ଦିଆଯାଇଛି। ପୁଣି ନିର୍ଦ୍ଧାରିତ ସମୟରେ ବାଂଲାଦେଶ ୧ ଓଭର କମ୍‌ ବୋଲିଂ କରିଥିବାରୁ ଏହାର ଖେଳାଳିଙ୍କୁ ୧୦ ପ୍ରତିଶତ ମ୍ୟାଚ୍‌ ଫି କାଟି ଦିଆଯାଇଛି।

Leave A Reply