www.samajalive.in
Saturday, December 6, 2025
17.1 C
Bhubaneswar

ଏହି ୪ଟି ଗାଁର ସୌନ୍ଦର୍ଯ୍ୟ ପ୍ରକୃତିପ୍ରେମୀଙ୍କୁ କରେ ବେଶ ଆକର୍ଷିତ

କଳା, ସଂସ୍କୃତି ଓ ପରମ୍ପରାର ମୁଖ୍ୟ ସ୍ଥାନ ଭାରତରେ ବହୁ ସୁନ୍ଦର ସୁନ୍ଦର ପର୍ଯ୍ୟଟନସ୍ଥଳୀ ରହିଛି। ଏପରି କେତେକ ସ୍ଥାନ ରହିଛି ଯାହା ବିଷୟରେ ସଠିକ ଭାବେ ବହୁ ଲୋକେ ଜାଣି ନଥିବେ। ପୃଥିବୀର ସ୍ୱର୍ଗ ଭାବେ ପରିଚିତ ଥିବା କାଶ୍ମୀର ସୌନ୍ଦର୍ଯ୍ୟ ଭଳି ଏଠାକାର ସୌନ୍ଦର୍ଯ୍ୟ ଅଟେ। ଜାଣନ୍ତୁ ଏଭଳି କେତେକ ଗାଁ ବିଷୟରେ ଯେଉଁଠାକୁ ଭ୍ରମଣ ପାଇଁ ଗଲେ ଏଠାକାର ସୌନ୍ଦର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇ ମନରେ ରହିଥାଏ ….
ସ୍ମିତ , ମେଘାଳୟ –
ମେଘାଳୟର ରାଜଧାନୀ ଶିଲଙ୍ଗ ଠାରୁ ପ୍ରାୟ ୧୧ କିଲୋମିଟର ଦୂରରେ ପାହାଡ଼ରେ ଥିବା ସ୍ମିତ ଗାଁ ପ୍ରକୃତିର ସୁନ୍ଦରତାର ଚାଦର ଧାରଣ କରିଥିବା ଭଳି ମନେ ହୁଏ। ସହରର ପ୍ରଦୂଷଣ ଠାରୁ ଦୂରରେ ଏହି ସ୍ଥାନରେ ସୁସ୍ଥ ପବନ, ଶାନ୍ତିପରିବେଶ ମାନସିକ ଚିନ୍ତା ଦୂର ସହ ମନରେ ଶାନ୍ତି ସଞ୍ଚାର କରିଥାଏ। ଏହି କାରଣରୁ ସ୍ମିତ ଗାଁକୁ ପ୍ରଦୂଷଣ ମୁକ୍ତ ଗାଁ ବୋଲି କୁହାଯାଏ। ଏହି ଗାଁ ଦେଖିବାକୁ ଖୁବ ସୁନ୍ଦର। ଏଠାକାର ଲୋକେ ପରିବା, ମସଲା ଅଧିକ ଚାଷ କରିଥାଆନ୍ତି।
ମଲାନା, ହିମାଚଳ ପ୍ରଦେଶ-
ମଲାନା ଗାଁ ହିମାଚଳ ପ୍ରଦେଶର କୁଲ୍ଲୁ ଘାଟିର ଉତ୍ତରରେ ପାର୍ବତୀ ଘାଟିର ଶସ୍ୟଶ୍ୟାମଳା ପରିବେଶ ସହ ଘେରି ରହିଛି। ମଲାନା ନଦୀ ନିକଟରେ ସୁନ୍ଦର ପାହାଡ଼ ପର୍ବତ କଡ଼ରେ ଥିବା ଏହି ଗାଁର ଅଦ୍ଭୁତ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରିଥାଏ।
ମିରୀକ – ଦାର୍ଜିଲିଂ ର ପଶ୍ଚିମରେ ସମୁଦ୍ର ତଟ ଠାରୁ ପ୍ରାୟ ୪୯୦୫ ଫୁଟ ଉଚ୍ଚରେ ଥିବା ଏହା ହେଉଛି ଏକ ଛୋଟ ଗାଁ। ହିମାଳୟର ସୌନ୍ଦର୍ଯ୍ୟ ମଧ୍ୟରେ ଦେବଦାରୁ ବୃକ୍ଷ ଘେରି ରହିଥିବା ମିରୀକ ହ୍ରଦ ଏଠାକାର ସୁନ୍ଦରତାକୁ ଦ୍ୱିଗୁଣିତ କରି ଦେଇଥାଏ। ଏଠାରେ ଚା’ ବଗିଚା, ବିଭିନ୍ନ ପ୍ରକାରର ଫୁଲ ପର୍ଯ୍ୟଟକକୁ ଖୁବ ଆକର୍ଷିତ କରିଥାଏ।
ଖୋନୋମା, ନାଗାଲ୍ୟାଣ୍ଡ –
ପ୍ରକୃତିକୁ ଭଲ ପାଉଥିବା ଲୋକଙ୍କ ମଧ୍ୟ ହୁଏତ ଜଣାନଥାଇପାରେ, ଖୋନୋମାକୁ ଏସିଆର ସର୍ବପ୍ରଥମ ଶସ୍ୟଶ୍ୟାମଳା ଗାଁ ଭାବେ ଘୋଷଣା କରାଯାଇଛି। ଏହି ଗାଁ କୋହିମା ଠାରୁ ୨୦ କିଲୋମିଟର ଦୂର ଖୋନୋମାରେ ସ୍ଥିତ। ଏହି ଗାଁକୁ ଧ୍ୟାନର ସହ ଦେଖିଲେ ଜଣାଯାଏ ପ୍ରତ୍ୟେକ ଘର ପରସ୍ପର ସହ ଜଡ଼ିତ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories