www.samajalive.in
Thursday, December 11, 2025
14.1 C
Bhubaneswar

ଏହି ମନ୍ଦିରର ଭୋଗ ନିଆରା

ଆମ ଦେଶରେ ଲୋକମାନଙ୍କର ଭଗବାନଙ୍କ ଉପରେ ପ୍ରଗାଢ଼ ବିଶ୍ବାସ ରହିଛି।। ଭଗବାନଙ୍କୁ ସ୍ମରଣ ମାତ୍ରେ ପ୍ରଥମେ ମନ୍ଦିର କଥା ମନକୁ ଆସିଥାଏ। ସେହିପରି ମନ୍ଦିରକୁ ଯିବା ମାତ୍ରେ ସର୍ବପ୍ରଥମେ ଭୋଗ କଥା ମନକୁ ଆସେ। ପ୍ରାୟ ସମସ୍ତ ମନ୍ଦିରରେ ବିଭନ୍ନ ପ୍ରକାରର ଭୋଗ ହୋଇଥାଏ। ଆମ ଦେଶରେ ଏପରି ଏକ ମନ୍ଦିର ଅଛି, ଯେଉଁଠି ପ୍ରସାଦ ରୂପରେ ଲଡ଼ୁ କିମ୍ବା ପେଡ଼ା ଭୋଗ ନ ହୋଇ ବର୍ଗର, ସ୍ୟାଣ୍ଡୱିଚ୍‌ , ବ୍ରାଉନିଜ ମିଳିଥାଏ।
ଚେନ୍ନାଇର ପଡ଼ାପଇ ସ୍ଥିତ ଜୟ ଦୁର୍ଗାପୀଠରେ ପ୍ରସାଦ ପାଇଁ ବର୍ଗର, ସ୍ୟାଣ୍ଡୱିଚ୍‌ , ବ୍ରାଉନିଜ, ଚେରି ଟମାଟର ସାଲାଡ଼୍‍ ବ୍ୟବହୃତ ହୋଇଥାଏ। ସୂଚନା ଅନୁଯାୟୀ ମନ୍ଦିରର ଏହି ଭୋଗ ଏଫଏସଏସଏଆଇ ଦ୍ୱାରା ସ୍ବୀକୃତ ଏବଂ ଏଥିରେ ବ୍ୟବହାରର ଶେଷ ତାରିଖ (ଏକ୍ସପ୍ୟାରୀ ) ମଧ୍ୟ ଲେଖାହୋଇଥାଏ। ଏଠାରେ କେବଳ ଭୋଗର ତାଲିକା ରହିଛି। ଲୋକଙ୍କ ଆକର୍ଷଣ ଦୃଷ୍ଟିରୁ ମନ୍ଦିରର ମଧ୍ୟ ଆଧୁନିକରଣ କରାଯାଇଛି। ମନ୍ଦିରରେ ଲୋକେମାନେ ଭେଣ୍ଡିଙ୍ଗ୍‍ ମେସିନରେ ଟୋକନ ପକାଇଥାଆନ୍ତି। ଟୋକନ ପକାଇବା ପରେ ଭୋଗର ଡ଼ବା ମିଳିଥାଏ।
ସୂଚନା ଅନୁଯାୟୀ ମନ୍ଦିରରେ ଏପରି ଭୋଗ ହେବାର କାରଣ ହେଉଛି ପବିତ୍ର ଭାବ ଓ ପବିତ୍ର ରୋଷେଇରେ ନିର୍ମିତ ହେଉଥିବା ଖାଦ୍ୟଦ୍ରବ୍ୟ ଭଗବାନଙ୍କ ପାଖରେ ଅର୍ପଣ କରିହେବ। ଏହି ଭୋଗ କାରଣରୁ ଏଠାକୁ ବହୁ ପର୍ଯ୍ୟଟକ ଆସିଥାଆନ୍ତି ଓ ଆଖପାଖ ଅଞ୍ଚଳରେ ମଧ୍ୟ ଏହା ଖୁବ ପ୍ରସିଦ୍ଧ ଅଟେ।
ଗମନାଗମନ ଦୃଷ୍ଟିରୁ ନିକଟତମ ରେଳ ଷ୍ଟେସନ ହେଉଛି ଚେନ୍ନାଇ ସେଣ୍ଟ୍ରାଲ। ନିକଟତର ବିମାନବନ୍ଦର ହେଉଛି ଚେନ୍ନାଇ ଆନ୍ତର୍ଜାତିକ ବିମାନବନ୍ଦର। ସେଠାରୁ ଟ୍ୟାକ୍ସିରେ ଏହି ମନ୍ଦିରକୁ ଯାଇପାରିବେ।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories