www.samajalive.in
Friday, December 5, 2025
17.1 C
Bhubaneswar

ମନମୁଗ୍ଧକର ସ୍ଥାନ ‘ମୁର୍ଗା ମହାଦେବ’

କେନ୍ଦୁଝର ଜିଲାରେ ଭ୍ରମଣ ପାଇଁ ବହୁ ସୁନ୍ଦର ସ୍ଥାନ ରହିଛି। ସେଭଳି କିଛି ମନୋରମ ସ୍ଥାନ ମଧ୍ୟରୁ ‘ମୁର୍ଗା ମହାଦେବ’ ବେଶ ଖ୍ୟାତି ଅର୍ଜନ କରିଛି। ଏହାର ସୌନ୍ଦର୍ଯ୍ୟ ହଜାର ହଜାର ପର୍ଯ୍ୟଟକଙ୍କୁ ଏଠାକୁ ଆସିବାକୁ ଆକର୍ଷିତ କରିଥାଏ। ଏଠାକୁ ଆସି ସମସ୍ତେ ମହାଦେବ ଧବଳେଶ୍ୱରଙ୍କୁ ଦର୍ଶନ କରିବା ସହ ଫଟୋ ଉଠାଇବା, ଝରଣାରେ ଗାଧୋଇବାର ମଧ୍ୟ ମଜା ନେଇଥାଆନ୍ତି।
ମୃଗା ମହାଦେବରେ ପହଞ୍ଚିବା ପରେ ପ୍ରକୃତିର କୌଣସି ବିସ୍ମୟକର ସ୍ଥାନରେ ପହଞ୍ଚିବା ପରି ମନେ ହେବ। ପାହାଡ଼ ଖୋଲରୁ ୩ ରୁ ୪ଟି ଧାରରେ ଝରି ପଡ଼ୁଥିବା ମୃଗାନାଳର ଜଳଧାରା। ଠାକୁରାଣୀ ପାହାଡ଼ରୁ ବାହାରିଥିବା ଏହି ଝରଣା ଏଠାରେ ଏକ ଜଳପ୍ରପାତ ସୃଷ୍ଟି କରିଛି। ଏହାର ତଳେ ପ୍ରାକୃତିକ ଉପାୟରେ ଏକ ପବିତ୍ର କୁଣ୍ଡ ସୃଷ୍ଟି ହୋଇଛି। ଏହି ଜଳପ୍ରପାତର ଦୃଶ୍ୟ ମନମୁଗ୍ଧ କରି ଦେଇଥାଏ।
ଏଠାକୁ ଆସୁଥିବା ପର୍ଯ୍ୟଟକ ପ୍ରଭୁଙ୍କୁ ଦର୍ଶନ କରି ଖୁବ ଆନନ୍ଦିତ ହୋଇଥାଆନ୍ତି। ଏ ସ୍ଥାନର ନାମ ମୁର୍ଗା ମହାଦେବ ହେବାର କାରଣ ପଛରେ ଏକ ସୁନ୍ଦର ଲୋକକଥାଟିଏ ଅଛି। ଲୋକକଥା ଅନୁସାରେ, ପୂର୍ବରୁ ଏହି ଅଞ୍ଚଳଟି ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ଏଠାକୁ ଶିକାର କରିବାକୁ ଆସିଥିବା ଅଙ୍ଗଦ ଦେହୁରୀ ହିଂସ୍ରଜନ୍ତୁଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ। ଜୀବନ ବଞ୍ଚାଇବାକୁ ସେ ଏକ ଗଛ ଉପରକୁ ଚଢି ଯାଇଥିଲେ। ସେ ପୁରା ରାତି ଅନିଦ୍ରା ରହିବାକୁ ଗଛର ପତ୍ର ଗୋଟେ ଗୋଟେ ଛିଣ୍ଡାଇ ତଳକୁ ପକାଉଥିଲେ। ମାତ୍ର ଜାଣି ନଥିଲେ ଯେ ସେ ଚଢି ଥିବା ଗଛ ହେଉଛି ଏକ ବେଲ ଗଛ ଓ ତା’ ତଳେ ଥିଲା ବାବା ଧବଳେଶ୍ୱରଙ୍କ ଆସ୍ଥାନ। ରାତି ଅନିଦ୍ରା ହୋଇ ଏପରି ଅଜଣା ପୂଜା କରିଥିବାରୁ ଅଙ୍ଗଦଙ୍କ ଉପରେ ସନ୍ତୁଷ୍ଟ ହୋଇ ପ୍ରଭୁ ମହାଦେବ ତାଙ୍କ ଜୀବନ ରକ୍ଷା କରିଥିଲେ। ସେବେ ଠାରୁ ଅଙ୍ଗଦ ସବୁଦିନ ସେଠାକୁ ଯାଇ ପୂଜାର୍ଚ୍ଚନା କରୁଥିଲେ। ଏହା ଜାଣିବା ପରେ ଗାଁ ଲୋକେ ସେଠାରେ ମନ୍ଦିର ସ୍ଥାପନା କରିଥିଲେ।
ମୁର୍ଗା ମହାଦେବ ନାମ କରଣ ହେବାର ଅନ୍ୟ ଏକ ଲୋକକଥା ହେଉଛି, ପୂର୍ବରୁ ଉକ୍ତ ଜଙ୍ଗଲଟି ମୁର୍ଗା ନାମକ ଜଙ୍ଗଲି ଗଛରେ ପରିପୂର୍ଣ୍ଣ ଥିଲା। ଏହା ସହ ନିକଟରେ ଥିବା ଗାଁର ନାଁ ମୁର୍ଗା ଥିଲା। ଏହି କାରଣରୁ ମନ୍ଦିରର ନାମ ଏପରି ହୋଇଛି ବୋଲି ସ୍ଥାନୀୟ ଲୋକେ କୁହନ୍ତି।
ପିକନିକ ଋତୁ ବ୍ୟତୀତ ଶିବରାତ୍ରୀ ଓ ମକର ସଂକ୍ରାନ୍ତିରେ ମଧ୍ୟ ଏଠାରେ ପ୍ରବଳ ଜନସମାଗମ ହୋଇଥାଏ। ଏହି ପର୍ବ ଏଠାରେ ଖୁବ ଧୁମଧାମରେ ପାଳନ କରାଯାଇଥାଏ। ଏଠାକାର ଏକ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏଠାରେ ଥିବା ଶିବଲିଙ୍ଗର ରଙ୍ଗ ପ୍ରତି ପକ୍ଷରେ ବଦଳେ ବୋଲି ସ୍ଥାନୀୟ ଲୋକେ କହିଥାଆନ୍ତି।
ଭ୍ରମଣ ପାଇଁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ଏଠାରେ ପ୍ରଭୁଙ୍କୁ ଦର୍ଶନ କରିବା ସହ ଜଳପ୍ରପାତରେ ଗାଧୋଇବାର ମଧ୍ୟ ମଜା ନେଇଥାଆନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories