www.samajalive.in
Saturday, December 6, 2025
16.1 C
Bhubaneswar

ଏହି ନଦୀରେ ବୋଟିଂ ପାଇଁ ଜମେ ପର୍ଯ୍ୟଟକଙ୍କ ଭିଡ଼

ପର୍ଯ୍ୟଟନ ଋତୁ ଆରମ୍ଭ ହୋଇସାରିଲାଣି। ଭ୍ରମଣପ୍ରେମୀମାନେ ନିଜ ରୁଚି ଅନୁଯାୟୀ ବିଭିନ୍ନ ସ୍ଥାନକୁ ବୁଲିବାକୁ ଯାଇଥାଆନ୍ତି। ଅଧିକାଂଶ ଲୋକେ କୌଣସି ବିଳାସମୟ ହୋଟେଲ ଠାରୁ ପ୍ରକୃତିର ସୌନ୍ଦର୍ଯ୍ୟକୁ ଅଧିକ ପସନ୍ଦ କରିଥାଆନ୍ତି। ପ୍ରକୃତି ପ୍ରେମୀମାନଙ୍କ ପାଇଁ ଏମିତି ଏକ ସୁନ୍ଦର ସ୍ଥାନ ବିଷୟରେ ଜାଣନ୍ତୁ ଯେଉଁଠାକୁ ଦେଶବିଦେଶରୁ ବହୁ ପର୍ଯ୍ୟଟକ ବୋଟିଂ କରିବାକୁ ଆସିଥାଆନ୍ତି। ଏପରି ଏକ ସୁନ୍ଦର ସ୍ଥାନ ହେଉଛି, ଭାରତ – ବାଂଲାଦେଶ ସୀମା ନିକଟ ପୂର୍ବ ଜୟନ୍ତିଆ ପାହାଡ଼ ଜିଲାର ଏକ ଛୋଟ ସହର ଦାବକୀ ମଧ୍ୟ ଦେଇ ପ୍ରବାହିତ ହେଉଥିବା ଉମନଗୋତ ନଦୀ। ଏହି ଛୋଟ ସହରଟି ରାଜଧାନୀ ସିଲଙ୍ଗଠୁ ୯୫ କିଲୋମିଟର ଦୂରରେ ଅବସ୍ଥିତ। ଏହି ନଦୀର ସ୍ୱତନ୍ତ୍ରତା ହେଉଛି ଏହାର ପାଣି ସଂପୂର୍ଣ୍ଣ କାଚ ଭଳି ଦେଖିବାକୁ। ଏହା ଉପରେ ବୋଟିଂ କଲେ କାଚ ଉପରେ ପହଁରିବା ପରି ଲାଗିଥାଏ। ଏହି ଦୃଶ୍ୟ ସଭିଁଙ୍କ ମନମୁଗ୍ଧ କରିଦେଇଥାଏ। ନଦୀରେ ନୌକା ଚାଲିବା ସମୟରେ ଲାଗିଥାଏ ଯେମିତି କାଚ ଉପରେ ଲୋକେ ବସିଛନ୍ତି। ଏହି ନଦୀରେ ବୋଟିଂ କରିବା ପାଇଁ ତଥା ଏପରି ସୌନ୍ଦର୍ଯ୍ୟମୟ ଦୃଶ୍ୟର ମଜା ନେବା ପାଇଁ ଏହାକୁ ବହୁ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ।ଉମନଗୋତ ନଦୀର ଆଖପାଖ ମତ୍ସ୍ୟଜୀବୀଙ୍କ ପାଇଁ ମାଛ ଧରିବା ପାଇଁ ଏକ ପ୍ରମୁଖ ସ୍ଥଳ ଅଟେ। ନଦୀର ପାଖରେ ଥିବା ସବୁଜ ବନାନୀ ବେଷ୍ଟିତ ପରିବେଶ ମନରେ ଏକ ଅଦ୍ଭୁତ ଶାନ୍ତି ସୃଷ୍ଟି କରିଥାଏ।
ଗମନାଗମନ ଦୃଷ୍ଟିରୁ ଗୌହ୍ୱାଟି ରେଳ ଷ୍ଟେସନ ଏହାର ନିକଟତର ରେଳ ଷ୍ଟେସନ ଅଟେ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories