www.samajalive.in
Saturday, December 6, 2025
17.1 C
Bhubaneswar

ଅପରୂପ ସୌନ୍ଦର୍ଯ୍ୟ ଭରା ଅପର କୋଲାବ ଜଳଭଣ୍ଡାର

କୋରାପୁଟ ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଅପର କୋଲାବ ଡ଼୍ୟାମ ଓ ଜଳଭଣ୍ଡାର ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥାଏ। ପର୍ଯ୍ୟଟନ ଋତୁ ଅର୍ଥାତ ଶୀତଦିନ ଆସିଲେ ବନ୍ଧ ଅଞ୍ଚଳ ଲୋକାରଣ୍ୟ ହୋଇଉଠେ। ଜଳଭଣ୍ଡାରର ଦୁଇ ପାଶ୍ୱର୍ରେ ଘଞ୍ଚ ଜଙ୍ଗଲ ସହିତ ଛୋଟ ବଡ଼ ପର୍ବତମାଳା ସହ ଏହାର ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କ ମନମୁଗ୍ଧ କରିଥାଏ। ଡ଼୍ୟାମର ନିମ୍ନ ଭାଗରେ ମନୋରମ ଉଦ୍ୟାନ ରହିଛି। ଏଠାକାର ଅନ୍ୟ ଏକ ମୁଖ୍ୟ ଆକର୍ଷଣ ହେଉଛି ବିଜ୍ଞାନ ପାର୍କ। ଏହା ଯୁବ ପିଢିଙ୍କ ପାଇଁ ପ୍ରେରଣାର ଗନ୍ତାଘର। ଏହାର ପାରିପାଶ୍ୱିର୍କ ସ୍ଥିତି ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରିଥାଏ। ଏହାର ଶୋଭାରେ ମୁଗ୍ଧ ହୋଇ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଲେ।କେ ଏଠାକୁ ବଣଭୋଜି ଓ ଭ୍ରମଣ ପାଇଁ ଆସିଥାଆନ୍ତି। କେଲାବ ଯୋଜନା କର୍ତ୍ତୁପକ୍ଷ ମଧ୍ୟ ବଣଭୋଜି ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ନିର୍ମାଣ କରିଛନ୍ତି। ଫଳରେ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିନଥାଏ। ବର୍ଷକର ଛଅ ମାସ ଏଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ। ଡ଼୍ୟାମର ଅନତି ଦୂରରେ ମଧ୍ୟ ବାଘ୍ରା ଜଳପ୍ରପାତ ଅବସ୍ଥିତ। ଡ଼୍ୟାମ ପାଦଦେଶରେ ଏକୁ ଶିଶୁ ଉଦ୍ୟାନ ରହିଛି। ତେଣୁ ଏଠାରେ ପିଲାମାନେ ଆସି ମଧ୍ୟ ଆନନ୍ଦିତ ହୋଇଥାଆନ୍ତି। ଏହା ଛଡ଼ା ଏଠାକାର ମୁଖ୍ୟ ଆକର୍ଷଣ ହେଉଛି ବୋଟିଙ୍ଗ୍‍। ବୋଟିଙ୍ଗ୍‍ ପାଇଁ ମଧ୍ୟ ଏଠାରେ ସମସ୍ତ ପ୍ରକାରର ସୁବିଧା ରହିଛି। ଜଳଭଣ୍ଡାରର ନିକଟରେ ମା’ମଙ୍ଗଳାଙ୍କ ମନ୍ଦିର ରହିଛି। ଏହି ମନ୍ଦିରରେ ବହୁ ଭକ୍ତଙ୍କ ଭିଡ଼ ଜମିଥାଏ। ମନ୍ଦିରର ବେଢା ମଧ୍ୟ ଖୁବ ମନୋରମ ଅଟେ। ପ୍ରତିବର୍ଷ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories