mission shakti banner

କିନ୍ନରଙ୍କୁ ମିଳିବ ସ୍ୱତନ୍ତ୍ର ପାନ୍‍ କାର୍ଡ

BSKY banner  750×100
0

ନୂଆଦିଲ୍ଲୀ: କିନ୍ନରଙ୍କୁ ମିଳିବ ସ୍ୱତନ୍ତ୍ର ପାନ୍‍ କାର୍ଡ। ଏଥିପାଇଁ ପାନ୍‍ ନମ୍ବର ଆବେଦନ ପ୍ରକ୍ରିୟାକୁ କେନ୍ଦ୍ର ସରକାର ସରଳ କରିଛନ୍ତି। ନୂଆ ପାନ୍‍ ନମ୍ବର ପାଇବା ବା ନବୀକରଣ ପାଇଁ କିନ୍ନରଙ୍କୁ ଆଉ ଲିଙ୍ଗଗତ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ ନାହିଁ। ଆବେଦନ ଫର୍ମରେ ତିନିଟି ସ୍ଥାନ ଯଥା ‘ପୁରୁଷ’, ‘ମହିଳା’ ଓ ‘କିନ୍ନର’ ବୋଲି ଉଲ୍ଲେଖ ରହିବ। ଏଥିଲାଗି ଆଇଟି ନିୟମରେ ଆବଶ୍ୟକ ସଂଶୋଧନ ପାଇଁ ଗତ ଏପ୍ରିଲ୍‍ ୧୦ ତାରିଖରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ଘୋଷଣା କରିଛି। ପ୍ରଚଳିତ ନିୟମ ଅନୁଯାୟୀ, ଆଧାର କାର୍ଡରେ ‘କିନ୍ନର’ ଉଲ୍ଲେଖ ପାଇଁ ବ୍ୟବସ୍ଥା ରହିଛି। କିନ୍ତୁ ପାନ୍‍ କାର୍ଡରେ ସେଭଳି ବ୍ୟବସ୍ଥା ନଥିବାରୁ ଆଧାର କାର୍ଡ ଓ ପାନ୍‍ କାର୍ଡ ନମ୍ବର ସଂଯୋଗ ବେଳେ ଅସୁବିଧା ସୃଷ୍ଟି ହେଉଛି। ଏହି ଅସୁବିଧା ଦୂର କରିବା ପାଇଁ ସୁପ୍ରିମ୍‍କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ମାମଲାର ଶୁଣାଣି କରି ପାନ୍‍ କାର୍ଡରେ କିନ୍ନରଙ୍କ ପାଇଁ ବ୍ୟବସ୍ଥା ଓ ଆଇଟି ଫର୍ମରେ ଆବଶ୍ୟକ ସଂଶୋଧନ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ।

Leave A Reply