କୃଷକ ଓ କୃଷିଜୀବୀ ମହିଳାମାନଙ୍କ ତାଲିମ ଶିବିର

ଜି.ଉଦୟଗିରି : ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ ଲୀଙ୍ଗାଗଡ ପଞ୍ଚାୟତ ସ୍ଥିତ କଟଡଗଣ୍ଡା କସମ୍ ଗୋଦାମ ଘର ପରିସରରେ କୃଷି ବିଜ୍ଞାନ କେନ୍ଦ୍ର ସହାୟତାରେ କୃଷକ ଓ କୃଷିଜୀବୀ ମହିଳାମାନଙ୍କ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଶିବିରରେ ବୈଜ୍ଞାନିକ ଡଃ ସୁଜିତ୍ କୁମାର ମୁଖି, ଗୋଷ୍ଠି କୃଷି ଅଧିକାରୀ ଜ୍ୟୋତି ରଞ୍ଜନ ପ୍ରଧାନ ଯୋଗଦେଇ ଚାଷୀମାନେ କିପରି ନିଜର ଚାଷର ଦୁଇଗୁଣ ଲାଭବାନ ହୋଇପାରିବେ ସେନେଇ ଆଲୋଚନା କରିଥିଲେ। ଏଥିପାଇଁ ଗୋଷ୍ଠି ଚାଷ ଅନୁକୂଳ, ଜଳବାୟୁକୁ ନେଇ ବିହନ ଚୟନ କରିବା ଚାଷର ଆୟ ବ୍ୟୟର ହିସାବ ରଖିବା, ଶତକଡା ୭୨ଭାଗ ଜମିରେ ଅମ୍ଳ ମାଟିକୁ ଚୂନ ପ୍ରୟାଗ କରି ସୁଧାରି ପାରିଲେ ଚାଷୀଭାଇମାନେ ଲାଭବାନ ହୋଇପାରିବେ। ଜିଆ ଖତ ପ୍ରଣାଳୀରେ ଚାଷକୁ ଗୁରୁତ୍ବ ଦେବା, ସରକାରଙ୍କ ଧାର୍ଯ୍ୟ ମୂଲ୍ୟରେ ମାଟି ପରୀକ୍ଷା କରାଇବା ଓ ସମୟ ଅନୁସାରେ ସାର ଦେବା ଉପରେ ବୈଜ୍ଞାନିକ ଶ୍ରୀ ମୁଖି ଗୁରୁତ୍ୱାରୋପ କରିଥଲେ।

prayash

ସେହିପରି ଗୋଷ୍ଠି କୃଷି ଅଧିକାରୀ ସରକାରଙ୍କ ଉନ୍ନତ କୃଷୀ ଯନ୍ତ୍ରପାତି ନେବା ସହ ଉଦ୍ୟାନ ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ, ପ୍ରାଣୀ ବିଭାଗ, ସହ ସଂପର୍କ ରକ୍ଷା କରି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚାରି ବୁଝିଲେ ଚାଷରେ ଉନ୍ନତି ହେବାସହ ସରକାରୀ ସୁବିଧା ପାଇପାରିବେ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଷମା ପ୍ରଧାନ, ଅବସର ପ୍ରାପ୍ତ ବ୍ୟାଙ୍କ ଅଫିସର୍ ମଜୀରା ପ୍ରଧାନ, କୃଷି ଅଧି ଦୂର୍ଷକ କାଳୀ ଚରଣ ସାହୁ ଓ ସାମ୍ୱାଦିକ ରାମକୃଷ୍ଣ ଚୌଧୁରୀ ଉପସ୍ଥିତ ଥିଲେ। ଆୟୋଜିତ କୃଷି ସଚେତନତା କାର୍ଯ୍ୟକ୍ରମରେ ରାଇକୋଲା ଓ ଲିଙ୍ଗାଗଡ଼ ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ଚାଷୀ ଉପସ୍ଥିତ ଥିଲେ।

kalyan agarbati

Comments are closed.