www.samajalive.in
Monday, December 15, 2025
15.1 C
Bhubaneswar

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ: ୭୩ବର୍ଷରେ ୧୪ଥର ଶିଳାନ୍ୟାସ!

ନୟାଗଡ଼: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ୭୩ବର୍ଷରେ ୧୪ଥର ଶିଳାନ୍ୟାସ ହୋଇଛି। ଏହି ସମୟ ମଧ୍ୟରେ ୪ଥର ମଧ୍ୟ ଏହି ପ୍ରକଳ୍ପର ସର୍ଭେ କରାଯାଇଛି। ଶିଳାନ୍ୟାସ ଓ ସର୍ଭେ ଜାଲରେ ଛନ୍ଦି ହୋଇପଡ଼ିଥିବା ଏହି ଗୁରୁତ୍ୱପୂର୍ଣ୍ଣ ରେଳପଥ କେବେ ସରିବ ତାହାକୁ ନେଇ ସବୁ ମହଲରେ ଏବେ ଆଶା ଓ ଆଶଙ୍କା ସୃଷ୍ଟି ହୋଇଛି। ନୟାଗଡ଼ ସମେତ ଖୋର୍ଦ୍ଧା, ବୌଦ୍ଧ, ସୋନପୁର ଏବଂ ବଲାଙ୍ଗୀର ଜିଲାବାସୀଙ୍କ ଜୀବନରେଖା ଭାବେ ପରିଗଣିତ ହେଉଥିବା ଏହି ରେଳପଥର କାର୍ୟ୍ୟ ଯେଉଁଭଳି ଧିମାଗତିରେ ଚାଲିଛି ତାହାକୁ ଲକ୍ଷ୍ୟ କଲେ ନୟାଗଡ଼ରୁ ବଲାଙ୍ଗୀରକୁ ରେଳ ଲାଇନ ଛୁଇଁବାକୁ ଆହୁରି ଅନ୍ୟୂନ ୨୦ବର୍ଷ ଲାଗିଯିବ।
୨୮୯ ଦୀର୍ଘ ବିଶିଷ୍ଟ ଏହି ରେଳ ଲାଇନ ନିମନ୍ତେ ନୟାଗଡ଼ ଜିଲାରେ ୧୪୩୭.୯୦୯ହେକ୍ଟର ଜମି ଅଧିଗ୍ରହଣ ହେବାର ଆବଶ୍ୟକତା ରହିଥିଲାବେଳେ ଆଜି ସୁଦ୍ଧା ସେଥିମଧ୍ୟରୁ ମାତ୍ର ୭୨୦.୫୪୫ହେକ୍ଟର ଜମି ରେଳ ବିଭାଗକୁ ହସ୍ତାନ୍ତର ହୋଇପାରିଛି। ତେବେ ଇତିମଧ୍ୟରେ ନୟାଗଡ଼ ଟାଉନ୍‍ ଷ୍ଟେସନ୍‍ଠାରୁ ଦଶପଲ୍ଲା ସହରର କୁଞ୍ଜବନଗଡ଼ ପର୍ୟ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଜମି ଅଧିଗ୍ରହଣ ହୋଇପାରିଛି। ଉଲ୍ଲେଖନୀୟ ଯେ,୧୯୪୫ ମସିହାରେ ତତ୍କାଳୀନ ବ୍ରିଟିଶ ସରକାରଙ୍କ ସମୟରେ ଏହି
ରେଳପଥର ସର୍ଭେ କାର୍ୟ୍ୟ ପ୍ରଥମେ କରାଯାଇଥିଲା। ତେବେ ସ୍ୱାଧୀନତାପ୍ରାପ୍ତି ପରେ ପୁଣି ୩ଥର ଏହି ପ୍ରକଳ୍ପ ନିମନ୍ତେ ସର୍ଭେ କରାଯାଇଛି। ତେବେ ପ୍ରକଳ୍ପର ନିର୍ମାଣ କାର୍ୟ୍ୟ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଥିବାରୁ ପ୍ରକଳ୍ପର କାର୍ୟ୍ୟ ଆଶାନୁରୂପ ଭାବେ ଆଗେଇ ପାରୁନାହିଁ। ଏହି ପ୍ରକଳ୍ପକୁ ନେଇ ରେଳ ବିଭାଗର କଥା ଓ କାର୍ୟ୍ୟ ମଧ୍ୟରେ ତାଳମେଳ ରହୁ ନ ଥିବାର ଦେଖିବାକୁ ମିଳୁଛି। କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ନୟାଗଡ଼ ଗସ୍ତରେ ଆସିଥିଲାବେଳେ ନୟାଗଡ଼ରୁ ନୂଆଗାଁକୁ ୨୦୧୮ମାର୍ଚ୍ଚ ୩୧ତାରିଖ ସୁଦ୍ଧା ଯାତ୍ରୀବାହୀ ରେଳ ଚଳାଚଳ କରିବ ବୋଲି ଘୋଷଣା କରିଥିଲେ; ମାତ୍ର ଯେଉଁ ଢଙ୍ଗରେ ନୟାଗଡ଼ରୁ ନୂଆଗାଁ ପର୍ୟ୍ୟନ୍ତ କାର୍ୟ୍ୟ ଚାଲିଛି ତାହାକୁ ଲକ୍ଷ୍ୟ କଲେ ନୂଆଗାଁକୁ ରେଳ ଚଳାଚଳ ନିମନ୍ତେ ଆହୁରି ଅନ୍ୟୂନ ୧ବର୍ଷ ଲାଗିଯିବ। ଯଦି ଏହିଭଳି ବିଳମ୍ବିତ ପ୍ରକ୍ରିୟାରେ ନିର୍ମାଣ କାର୍ୟ୍ୟ ଚାଲେ ତେବେ ବଲାଙ୍ଗୀରକୁ ଆହୁରି କେତେ ବର୍ଷ ସମୟ ଲାଗିବ ତାହା ଏଥିରୁ ସହଜରେ ଅନୁମାନ କରିହେବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories