ପୁଣି ଅଘଟଣ, ମାଲବାହୀ ଟ୍ରେନରେ କଟି ୬ ମୃତ, ୨ ଗୁରୁତର

ଡେସ୍କ: ଯାଜପୁର ରୋଡ ରେଳ ଷ୍ଟେସନ ଚୂନଭାଟି ପ୍ଲଟ ନିକଟ ରେଳ ଧାରଣା ନିକଟରେ ଠିଆ ହେଇଥିବା ମାଲ ଗାଡି ବଗି ଚଢି ଯିବାରୁ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତର ୨ ଜଣଙ୍କୁ କଟକ ବଡ ମେଡିକାଲକୁ ପଠାଯାଇଛି। ଏମାନେ ସମସ୍ତେ ରେଳ ଲାଇନ ସଜାଡ଼ିବା କାମରେ ନିୟୋଜିତ ଥିଲେ। ମୃତକ ମାନଙ୍କ ପରିଚୟ ଏଯାବତ୍ ମିଳି ପାରିନି। ସୂଚନା ମୁତାବକ ଆଜି ଅପରାହ୍ନରେ ହଠାତ ଘୁର୍ଣ୍ଣିଝଡ଼ ବର୍ଷା ଲାଗି ରହିଥିଲା। ଏହି ବର୍ଷାରୁ ବର୍ତ୍ତିବା ପାଇଁ ଯାଜପୁର ରୋଡ ରେଳ ଷ୍ଟେସନ ଚୂନଭାଟି ପ୍ଲଟ ନିଜଟରେ କିଛି ଶ୍ରମିକ ରେଳ ଧାରଣାରେ ରହିଥିବା ଏକ ମାଲ ବାହୀ ଟ୍ରେନ ତଳେ ରହି ଯାଇଥିଲେ।

ହଠାତ ଇଂଜିନ ବିହୀନ ମାଲ ଗାଡିଟି ଗଡିବାକୁ ଲାଗିଥିଲା। ଯାହାଫଳରେ ଟ୍ରେନ ତଳେ ରହିଥିବା ଶ୍ରମିକ ମାନଙ୍କ ଉପରେ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଶ୍ରମିକ ଚିକିତ୍ସିତ ହେଉଥିବା ବେଳେ ଯାଜପୁର ରୋଡ ମେଡିକାଲରେ ମୃତ୍ୟୁ ଘଟିଥିଲା। ତେବେ ଏ ସମ୍ପର୍କରେ ଖବର ପାଇ ସ୍ଥାନୀୟ ଯୁବକ ଗୁରୁତର ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିବା ସୂଚନା ମିଳିଛି।

Comments are closed.