www.samajalive.in
Sunday, December 14, 2025
19.1 C
Bhubaneswar

ଚାଷ ଜମିରୁ କଂକ୍ରିଟ ସଫା ନିମନ୍ତେ ଜିଲ୍ଲାପାଳଙ୍କୁ ଫେରାଦ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଖରସଙ୍କୁଲେଇଠାରେ ମହାନଦୀ ଉପରେ ନିର୍ମାଣହୋଇଥିବା ଧଳପୁର- ଆଠମଲ୍ଲିକ ସେତୁ ନିର୍ମାଣକାରୀ ସଂସ୍ଥାର ମନମୁଖୀକାର୍ଯ୍ୟ ଯୋଗୁଁ କେତେକ ଚାଷଜମିରେ କଂକ୍ରିଟ ପଡି ଜମି ଚାଷ ଉପଯୋଗୀ ନ ହୋଇ ନଷ୍ଟ ହୋଇଥିବା ଚାଷୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଗତ ୨୦୧୭ ମସିହାଠାରୁ ଗୁଜରାଟର ରଣଜିତ ବିଲଡକନ ସଂସ୍ଥା ଦ୍ୱାରା ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ନିର୍ମାଣ କାର୍ଯ୍ୟ ଚାଲୁରହିଥିଲା। ସେମାନଙ୍କ ଚାଷ ଜମିରେ ଠିକାସଂସ୍ଥା କ୍ୟାମ୍ପ ସ୍ଥାପନ ପାଇଁ ମଧ୍ୟ ଏକ ଚୁକ୍ତି କରିଥିଲା। ଏଥିପାଇଁ ବାର୍ଷିକ ଅର୍ଥରାଶି ପ୍ରଦାନ କରିବା ସହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ପରେ ମାଟି ଓ କଂକ୍ରିଟ ଚାଷଜମିରୁ ସଫାକରି ପୂର୍ବ ସ୍ଥିତି ଫେରାଇ ଆଣିବା ପାଇଁ ଚୁକ୍ତିନାମା ହୋଇଥିଲା। ମାତ୍ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ପରେ ମଧ୍ୟ ଠିକାସଂସ୍ଥା ଚୁକ୍ତିନାମା ଅନୁପାଳନ କରିବା ପରିବର୍ତ୍ତେ ଚାଷଜମିରୁ ମାଟି କଂକ୍ରିଟ ସଫା କରୁନାହିଁ କି ବାର୍ଷିକ ଅର୍ଥରାଶି ପ୍ରଦାନ କରୁ ନଥିବା ସର୍ମ୍ପକରେ ଖରଶଙ୍କୁଲେଇ ଗ୍ରାମର ଚାଷୀ ବସନ୍ତ କୁମାର ହୋତା, ସାନନ୍ଦ ପ୍ରଧାନ, ଅରବିନ୍ଦ ପ୍ରଧାନ, ଗୋବିନ୍ଦ ପ୍ରଧାନ, ସୁଜନ ପ୍ରଧାନ ଏବଂ ରତ୍ନକାର ମହାକୁଡ ପ୍ରମୁଖ ବୌଦ୍ଧ ଜିଲ୍ଲାପାଳ, ପୂର୍ତ୍ତ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଫୁଲବାଣୀ ଏବଂ ଅଧିକ୍ଷଣ ଯନ୍ତ୍ରୀ ବୌଦ୍ଧଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି। ତୁରନ୍ତ ଏ ଦିଗରେ ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଚାଷୀଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ ସେମାନେ ଦାବୀ କରିଛନ୍ତି।

୧୭ମାସର ପାଉଣା ପାଇଁ କର୍ମଚାରୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

- Advertisement -

ସେହିପରି  ଧଳପୁର-ଆଠମଲ୍ଲିକ ସେତୁ ନିର୍ମାଣକାରୀ ସଂସ୍ଥା ରଣଜିତ ବିଲଡକନ କମ୍ପାନୀରେ ଧଳପୁର ଗ୍ରାମର ଏମ.ପାର୍ଥସାରଥି ମହାକୁଳ ଦୀର୍ଘ ୬ବର୍ଷ ଧରି ଜଣେ ହିସାବରକ୍ଷକ କର୍ମଚାରୀଭାବେ ମାସିକ ୩୦ହଜାର ଟଙ୍କାରେ କାମ କରୁଥିଲେ। ମାତ୍ର ସେତୁ ନିର୍ମାଣକାର୍ଯ୍ୟ ସମ୍ପୂର୍ଣ୍ଣ ପରେ ମଧ୍ୟ ଠିକାସଂସ୍ଥା ପାର୍ଥସାରଥିଙ୍କୁ ୧୭ମାସର ପାଉଣା ବାବଦକୁ ୫ ଲକ୍ଷ ୧୦ହଜାର ଟଙ୍କା ବକେୟା ରଖିଥିବା ସେ ବୌଦ୍ଧ ଜିଲ୍ଲାପାଳଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ବାବଦରେ ଗତ ଡିସେମ୍ବର ୨୦୨୨ରେ ବୌଦ୍ଧ ପୂର୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇବା ପରେ ମଧ୍ୟ ତାଙ୍କର ପାଉଣା ପ୍ରଦାନରେ ବିଳମ୍ବ କରାଯାଉଛି । ପ୍ରକଳ୍ପ ଚୁକ୍ତିନାମା ଅନୁସାରେ କୌଣସି କର୍ମଚାରୀରଙ୍କ ବକେୟା ଦରମା ଠିକାସଂସ୍ଥା ନ ରଖିବା ପାଇଁ ସ୍ପଷ୍ଟ ନିୟମ ରହିଥିଲେ ସୁଦ୍ଧା ନିର୍ମାଣକାରୀସଂସ୍ଥା ନିୟମ ଉଲଂଘନ କାର୍ଯ୍ୟକରିଥିବା ଉପରେ ସେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି । ତାଙ୍କର ବକେୟା ଦରମା ପ୍ରଦାନ କରା ନଗଲେ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ ଦେଇଛନ୍ତି ।

ଏ ସର୍ମ୍ପକରେ ବୌଦ୍ଧ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ ପ୍ରଭାତ କୁମାର ଦାସଙ୍କୁ ପଚାରିବାରୁ ଅଭିଯୋଗ ଉପରେ ଠିକାସଂସ୍ଥାକୁ ଚିଠି କରାଯାଇଛି । ୧୫ଦିନ ମଧ୍ୟରେ କର୍ମଚାରୀଙ୍କ ଦରମା ସହ ଚାଷୀଙ୍କ ଜମିରୁ କଂକ୍ରିଟ ସଫା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories