ସୋର : ବାଲେଶ୍ବର ଜିଲା ସୋର ଥାନା ସବିରା ଷ୍ଟେସନ ନିକଟରେ ଟ୍ରେନରୁ ଖସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଯୁବକ ଜଣଙ୍କ ଢିଅ ସବିରା ଗ୍ରାମର ସମ୍ଭୁନାଥ ଦଳେଇ। ସୂଚନା ମୁତାବକ, ଶନିବାର ସକାଳେ ସମ୍ଭୁନାଥ ପେସେଞ୍ଜର ଟ୍ରେନରେ ଭଦ୍ରକ ଯାଉଥିବା ବେଳେ ଟ୍ରେନରୁ ଖସି ପଡିଥିଲେ। ଯାହାଦ୍ବାରା ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
Popular Categories



