ମାଡ଼ିଗଲା ଟ୍ରେନ: ୨ ମୃତ, ଏକାଧିକ ଆହତ

ଜାମତରା : ଝାଡ଼ଖଣ୍ଡ ଜାମତରା କଲାଝରିଆରେ ଚଳନ୍ତା ଟ୍ରେନ ଲୋକଙ୍କ ଉପରେ ମାଡ଼ି ଯାଇଥିବା ସୂଚନା ମିଳିଛି। କିଛି ଲୋକ ରେଳ ଧାରଣା ପାର ହେଉଥିବାବେଳେ ଟ୍ରେନ ଦ୍ରୁତ ଗତିରେ ମାଡ଼ି ଯାଇଥିଲା। ବର୍ତ୍ତମାନ ସୁଦ୍ଦା ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଏକାଧିକ ଲୋକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳକୁ ମେଡ଼ିକାଲ ଟିମ ଓ ଆମ୍ବୁଲାନ୍ସ ପହଞ୍ଚି। ପୁଲିସ ଓ ଅଗ୍ନିଶମ ବାହିନୀ ମଧ୍ୟ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

Comments are closed.