ବଦଳିବ ରେଳର ରଙ୍ଗ
ନୂଆଦିଲ୍ଲୀ : ଭାରତୀୟ ରେଳ ବିଭାଗ ରେଳ ଯାତ୍ରୀଙ୍କ ସୁଖଦ ଯାତ୍ରା ପାଇଁ ସମସ୍ତ ଚେଷ୍ଟା ସବୁବେଳେ କରିଆସିଛି। ବର୍ତ୍ତମାନ ରେଳ ବିଭାଗ ରେଳର ରଙ୍ଗ ବଦଳାଇବା ପାଇଁ ଚେଷ୍ଟା ଆରମ୍ଭ କରିଛି। ଭାରତୀୟ ରେଳ ନୀଳ ରଙ୍ଗ ଥିବାବେଳେ ତାକୁ ବଦଳାଯାଇ ଗାଢ ହଳଦିଆ ରଙ୍ଗ କରାଯିବାର ବ୍ୟବସ୍ଥା କରାଯାଇଛି। ଏହି ରଙ୍ଗର ରେଳ ପ୍ରଥମେ ୧୬ଡବା ବିଶିଷ୍ଟ ଦିଲ୍ଲୀ-ପଠାନକୋର୍ଟ ଏକ୍ସପ୍ରେସରେ ଦେଖାଯିବ। ଜୁନ ମାସ ଶେଷ ସୁଦ୍ଧା ଏହି ରେଳ ରଙ୍ଗ ବଦଳିଯିବାର ଯୋଜନା ରହିଛି। ଏହିଭଳି ଭାବରେ ୩୦ହଜାର ରେଳ ଡବା ରଙ୍ଗ ବଦଳାଇବାକୁ ଚେଷ୍ଟା କରାଯିବ।
ଏହା ବ୍ୟତୀତ ରେଳ ବିଭାଗ ଯାତ୍ରୀମାନଙ୍କ ପାଇଁ ଆରାମ ଦାୟକ ସିଟ୍ ସହ ଶୌଚାଳୟ କୁ ସଫାରଖିବା ପାଇଁ ଚେଷ୍ଟା କରିବ। ପ୍ରତ୍ୟକ ସିଟ ନିକଟରେ ମୋବାଇଲ ଚାର୍ଜ କରିବାପାଇଁ ବ୍ୟବସ୍ଥା ଜାରି ରହିଛି। ଏହି ସମସ୍ତ ପରିବର୍ତ୍ତନ ପ୍ରଥମେ ରାଜଧାନୀ, ଦୂରନ୍ତ, ଶତାଦ୍ଦୀ ଆଦି ରେଳମାନଙ୍କରେ ଦେଖାଯିବ।
ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ରେଳ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ଅନୁମତି ମିଳିବାପରେ ରେଳର ରଙ୍ଗ ବଦଳିବା କାର୍ଯ୍ୟ ଖୁବ ଜୋରରେ ଚାଲିଛି। ଦୀର୍ଘ ୨୦ ବର୍ଷପରେ ଭାରତୀୟ ରେଳର ରଙ୍ଗ ବଦଳାଯାଉଛି। ଏହା ପୂର୍ବରୁ ଗାଢ ଲାଲ ରଙ୍ଗର ଥିବା ବେଳେ, ଏହାକୁ ପରିବର୍ତ୍ତନ କରାଯାଇ ନୀଳ ରଙ୍ଗ କରାଯାଇଥିଲା।
ରବିବାର ରେଳ ମନ୍ତ୍ରୀ ପିୟୁଷ ଗୋଏଲ କହିଥିଲେ, ଯାତ୍ରୀଙ୍କ ସବୁ ସୁବିଧା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଥାଏ। ରେଳରେ ପରିବର୍ତ୍ତନ ଆଣି ରେଳରେ ବାୟୋ ଟଏଲେଟ ବ୍ୟବହାର କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ସୁଦ୍ଧା ୫୦୦ ବାୟୋ ଶୌଚାଳୟ ପାଇଁ ବରାଦ ଦିଆଯାଇଛି।