ତୁରୁମୁଙ୍ଗାରେ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ଖୋଲିଲା ଟିପିଏନଓଡିଏଲ

ପାଟଣା : ମହିଳା ଓ ବେକାର ଯୁବବର୍ଗଙ୍କୁ ଆତ୍ମନିର୍ଭରଶୀଳ ଓ ସ୍ଵାବଲମ୍ବୀ କରିବା ପାଇଁ ଟାଟା ପାୱାର ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ଅଭିନବ ପଦକ୍ଷେପ ଗ୍ରହଣ କରିଛି। ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ଜରିଆରେ ମହିଳା ଓ ବେକାର ଯୁବାବର୍ଗଙ୍କୁ ପ୍ରଶିକ୍ଷଣ ଦେବା ସହ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରୁଛି। ଏହି ପରିପ୍ରେକ୍ଷୀରେ ଟିପିଏନଓଡିଏଲ ପକ୍ଷରୁ କେନ୍ଦୁଝର ଜିଲାର ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗାରେ ଏହାର ପଞ୍ଚମ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ରର ଲୋକାର୍ପଣ କରାଯାଇଛି। ଟିପିଏନଓଡିଏଲ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦ୍ୱିଜଦାସ ବସାକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କମର୍ସିଆଲ ସର୍ଭିସେସ ଓ ସିଏସଆର ମୁଖ୍ୟ ଜୟଦୀପ ରାୟ, ସିଏସଆର ମୁଖ୍ୟ ଦିଲ୍ଲୀପ ସାହୁ, କେନ୍ଦୁଝର ଅଧିକ୍ଷଣ ଯନ୍ତ୍ରୀ ରଶ୍ମିକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

prayash

ଏହି ଅବସରରେ ସିଇଓ ବସାକ ଆଶାୟୀ ପ୍ରଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିବା ସହ ଟିପିଏନଓଡିଏଲ ଜାରି ରଖିଥିବା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଗାଡି, ଦକ୍ଷତା ବିକାଶ କେନ୍ଦ୍ର ଜରିଆରେ ଯୁବପିଢୀଙ୍କୁ ମାଗଣାରେ ଦିଆଯାଉଥିବା ପ୍ରଶିକ୍ଷଣ ଆଦି ପ୍ରସଙ୍ଗରେ ଆଲୋକପାତ କରିଥିଲେ। ସେ ଆହୁରି ମଧ୍ୟ ଦର୍ଶାଇ ଥିଲେ ଯେ, ଏହି ପ୍ରଶିକ୍ଷଣ କେନ୍ଦ୍ର ସ୍ଥାନୀୟ ଅଞ୍ଚଳର ଅର୍ଥନୀତି ବିକାଶରେ ନିଶ୍ଚୟ ସହାୟକ ହେବ। ବାର୍ଷିକ ୬ଶହରୁ ଅଧିକ ପ୍ରଶିକ୍ଷାର୍ଥୀ ଟେଲରିଂ ଓ ଏମ୍ବ୍ରୋଡରୀ, କମ୍ପ୍ୟୁଟର, ସ୍ପୋକନ ଇଂରାଜୀ, ମାର୍କେଟିଙ୍ଗ, ସିକ୍ଯୁରିଟି ସେବା ଆଦି ବର୍ଗରେ ମାଗଣାରେ ପ୍ରଶିକ୍ଷଣ ନେଇ ଆତ୍ମନିର୍ଭରଶୀଳ ହୋଇ ପାରିବେ। ଉପଭୋକ୍ତାଙ୍କୁ ବିଦ୍ୟୁତ ସେବା ବିତରଣ ସହ ସାମାଜିକ ଦାୟିତ୍ଵବୋଧତାକୁ ମଧ୍ୟ ଟିପିଏନଓଡ଼ିଏଲ ଅଗ୍ରାଧିକାର ଦେଉଥିବା ସେ ଦର୍ଶାଇଥିଲେ। ସୂଚନା ଥାଉକି ଟିପିଏନଓଡିଏଲ ଗୁଣାତ୍ମକ ବିଜୁଳି ସେବା ଯୋଗାଣକୁ ଅଗ୍ରାଧିକାର ଦେବା ସହ ଉପଭୋକ୍ତାଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ବହୁ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରୁଛି।

ଶିକ୍ଷାରୁ ବଞ୍ଚିତ ପିଲାମାନଙ୍କୁ ଶିକ୍ଷାଦାନ, ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଜରିଆରେ ଯୁବବର୍ଗଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରଶିକ୍ଷଣ, ନିରକ୍ଷର ମହିଳାମାନଙ୍କୁ ଶିକ୍ଷାଦାନ ଓ ଦକ୍ଷତା ବିକାଶ ଆଦି କାର୍ଯ୍ୟକ୍ରମ ଆୟୋଜନ କରିବା ସହ ଗ୍ରାମାଞ୍ଚଳରେ ମୌଳିକ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଗାଡିର ବ୍ୟବସ୍ଥା କରିଛି। ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକରୁ ପ୍ରଶିକ୍ଷଣ ନେଇ ଯୁବବର୍ଗ ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀରେ ନିଯୁକ୍ତି ପାଇବାର ସୁଯୋଗ ପାଇଛନ୍ତି। ସେହିଭଳି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟମାନଙ୍କୁ ଟେଲରିଂ, ବ୍ୟୁଟିସିଆନ ଆଦି ପ୍ରଶିକ୍ଷଣ ଦିଆଯିବା ସହ ଆତ୍ମନିର୍ଭରଶୀଳ କରାଇବା ଦିଗରେ ମଧ୍ୟ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଛି।

kalyan agarbati

Comments are closed.