www.samajalive.in
Tuesday, December 9, 2025
26.1 C
Bhubaneswar

ତଥାପି ଚେତୁନାହାନ୍ତି; ଛୁଟି କଟାଇବାକୁ ଭିଡ ବଢୁଛି

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ ପ୍ରକରଣ ଜନିତ କୋଭିଡ-୧୯ ସଂକ୍ରମଣ ସଂପ୍ରତି ଦ୍ରୁତଗତିରେ ବୃଦ୍ଧିପାଇବାରେ ଲାଗିଛି। ପ୍ରାୟ ସମସ୍ତ ରାଜ୍ୟରେ ହୁ ହୁ ହୋଇ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ବାରମ୍ବାର ଚେତାବନି ସତ୍ୱେ ଚେତୁନାହାନ୍ତି ଜନସାଧାରଣ। ବର୍ଷଶେଷ ଛୁଟି କଟାଇବାକୁ ସଂପ୍ରତି ଦେଶର ବିଭିନ୍ନ ପର୍ଯ୍ୟଟନସ୍ଥଳଗୁଡିକରେ ଭିଢ ବଢିବାରେ ଲାଗିଛି। ତାହାସହିତ କୋଭିଡ ନିୟମାବଳୀକୁ ଖୋଲାଖୋଲି ଭାବରେ ଉଲ୍ଲଂଘନ କରାଯାଉଛି। ମାସ୍କ ପରିଧାନ ଏବଂ ସାମାଜିକ ଦୂରତା ବଜାୟ ରଖିବା ଧର୍ମକୁ ଆଖିଠାର ମାରିବା ଭଳି ହୋଇଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିିତ ଅଞ୍ଚଳ ପ୍ରଶାସନ ପକ୍ଷରୁ ଭ୍ରମଣକାରୀଙ୍କ ଉପରେ କଟକଣା ଲଗାଯାଇଥିଲେ ମଧ୍ୟ ତାହା ମାନିବାକୁ କେହି ଯେମିତି ପ୍ରସ୍ତୁତ ନାହାନ୍ତି। ବିଶେଷକରି ପାର୍ବତ୍ୟାଞ୍ଚଳରେ ଥିବା ପର୍ଯ୍ୟଟନ ସ୍ଥଳ ଏବଂ ସମୁଦ୍ରକୂଳିଆ ସ୍ଥାନଗୁଡିକରେ ଭିଡ ଦିନକୁ ଦିନ ବୃଦ୍ଧିପାଉଛି। ଏକ ସର୍ବେକ୍ଷଣରୁ ଜଣାଯାଇଛି ଯେ ଓମିକ୍ରନ ଆତଙ୍କ ସତ୍ୱେ ୫୮% ଭାରତୀୟ ତଥାପି ଭ୍ରମଣରେ ଯିବାକୁ ଚାହୁଛନ୍ତି। ଓମ୍ରିକନ ଆତଙ୍କ ପାଇଁ ଆନ୍ତର୍ଜାତିକ ବିମାନ ଯାତ୍ରାରେ କଟକଣା କାରଣରୁ ଏବେ ଦେଶ ମଧ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଦେଶ ମଧ୍ୟରେ ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ପାଳନ କରିବାକୁ ଗୋଆ ଏକ ଅନ୍ୟତମ ଆକର୍ଷଣ ପର୍ଯ୍ୟଟନସ୍ଥଳ ହୋଇଥିବାବେଳେ ଏଠାକୁ ଘରୋଇ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧିପାଇଛି। ତେବେ ଚଳିତ ବର୍ଷ ବିଦେଶୀ ପର୍ଯ୍ୟଟକ ସଂଖ୍ୟା କମ୍‍ ରହିଥିବା ସରକାରୀ ସୂତ୍ରରୁ ଜଣାଯାଇଛି। ସେହିଭଳି ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଘରୋଇ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧିପାଇଛି ଏବଂ ଏଥିସହିତ ସେଠାରେ ଥିବା ହୋଟେଲ ପ୍ରକୋଷ୍ଠଗୁଡିକ ସମ୍ପୂର୍ଣ୍ଣ ଭାବରେ ଭର୍ତ୍ତି ହୋଇଯାଇଛି।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories