www.samajalive.in
Monday, December 15, 2025
15.1 C
Bhubaneswar

ପଥଚାରୀଙ୍କ ଉପରେ ମାଡ଼ିଗଲା ଭ୍ୟାନ, ୧୦ ମୃତ

ଟରଣ୍ଟୋ : କାନାଡାର ଟରଣ୍ଟୋ ସହରରେ ସୋମବାର ଏକ ଭ୍ୟାନ ରାସ୍ତାକଡ଼ ଚଲାପଥରେ ଯାଉଥିବା ଦଳେ ପଥଚାରୀଙ୍କ ଉପରେ ମାଡ଼ିଯାଇଛି । ଏଥିରେ ଅନ୍ୟୁନ ୧୦ ଜଣ ପଥଚାରୀ ପ୍ରାଣ ହରାଇଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି । ଭ୍ୟାନ ଡ୍ରାଇଭର ୨୫ ବର୍ଷିୟ ଅଲେକ ମିନାସିଆନଙ୍କୁ ପୁଲିସ୍‌ ଗିରଫ କରିଛି । ଟରଣ୍ଟୋ ପୁଲିସ୍‌ ମୁଖ୍ୟ ମାର୍କ ସୋଣ୍ଡ୍ରେସ୍‌ ଏହାକୁ ଦୁର୍ଘଟଣା ନୁହେଁ ବରଂ ଉଦ୍ଦେଶ୍ୟମୂଳକ ହତ୍ୟାକାଣ୍ଡ ବୋଲି କହିଛନ୍ତି । ଗିରଫ ଡ୍ରାଇଭରର ପୂର୍ବରୁ କୌଣସି ଅପରାଧୀକ ପୃଷ୍ଠଭୂମି ନାହିଁ । ସୋମବାର ଟରଣ୍ଟୋଠାରେ ୭ ବିଦେଶୀ ମନ୍ତ୍ରୀଙ୍କ ବୈଠକ ହେଉଥିବା ସ୍ଥାନଠାରୁ ୩୦ କିଲୋମିଟର ଦୂରରେ ଏହି ଘଟଣା ଘଟିଛି । ତେଣୁ ଏହି ଘଟଣାକୁ ଉଦ୍ଦେଶ୍ୟମୂଳକ ବୋଲି କୁହାଯାଉଛି । ମୃତ ପଥଚାରୀଙ୍କ ମଧ୍ୟରେ ଅନେକ ବୟସ୍କ ଅଛନ୍ତି । ଲୋକମାନେ ପଥଚଲା ରାସ୍ତାରେ ଚାଲି ଚାଲି ଯାଉଥିବା ସମୟରେ ଭ୍ୟାନଟି ଦ୍ରୁତ ବେଗରେ ଆସି ସେମାନଙ୍କ ଉପରେ ମାଡ଼ି ଯାଇଥିଲା ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories