www.samajalive.in
Sunday, December 14, 2025
26.1 C
Bhubaneswar

୫ ପାକିସ୍ତାନୀ ସୈନ୍ୟ ମୃତ, ଅନେକ ପୋଷ୍ଟ ଧ୍ୱଂସ

ଶ୍ରୀନଗର : ଜାମ୍ମୁ କାଶ୍ମୀର ରାଜୌରୀ ସୀମାରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ୫ ପାକିସ୍ତାନୀ ସୈନ୍ୟ ପ୍ରାଣ ହରାଇଥିବାବେଳେ ପାକିସ୍ତାନର ଅନେକ ପୋଷ୍ଟ ଧ୍ୱଂସ ହୋଇଯାଇଛି । ପାକିସ୍ତାନୀ ସେନାର ଅସ୍ତ୍ର ବିରତି ଉଲ୍ଲଙ୍ଘନର ଜବାବରେ ଭାରତୀୟ ଯବାନଙ୍କ ପ୍ରବଳ ଗୁଳିଗୋଳା ମାଡ଼ରେ ପାକିସ୍ତାନର ଏଭଳି ଅଦ୍ଭୁତପୂର୍ବ କ୍ଷତି ଘଟିଛି । ରାଜୌରୀ ଏବଂ ପୁଞ୍ଜ ସୀମାରେ ଗତ ୨୪ ଘଣ୍ଟା ଧରି ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ପ୍ରବଳ ଗୁଳିଗୋଳା ବର୍ଷଣ କରୁଥିଲା । ଭାରତୀୟ ସେନା ଏହାର କଡ଼ା ଜବାବ ଦେଇ ଗୁଳିଗୋଳା ମାଡ଼ କରିଥିଲା । ଭାରତର କାର୍ଯ୍ୟାନୁଷ୍ଠାନରେ ସୀମା ସେପଟେ ଦେବା ଗ୍ରାମ ପାଖରେ ପାକିସ୍ତାନ ସୈନ୍ୟ ପ୍ରାଣ ହରାଇଛନ୍ତି । ପାକିସ୍ତାନର ଅନେକ ସେନା ଶିବିର ନଷ୍ଟ ହୋଇଯାଇଛି। ଏହି ଅଞ୍ଚଳରେ ପାକିିସ୍ତାନ ସେନାର ଏନଏଲଆଇ ୟୁନିଟ ମୁତୟନ ରହିଛି । ସୂଚନା ଅନୁସାରେ ଆତଙ୍କବାଦୀଙ୍କୁ ସୀମାପାର ବା ଅନୁପ୍ରବେଶ କରିବା ପାଇଁ ପାକିସ୍ତାନ ସେନା ଅସ୍ତ୍ର ବିରତି ଉଲ୍ଲଙ୍ଘନ କରୁଛି । ଭାରତ ପାକିସ୍ତାନକୁ ତାରି ଭାଷାରେ ଜବାବ ଦେଇଛି । ନିକଟରେ ଭାାରତ ସରକାର ଜାମ୍ମୁ କାଶ୍ମୀର ସୀମାନ୍ତ ଲୋକଙ୍କ ସୁରକ୍ଷା ପାଇଁ ୧୪,୪୬୦ଟି ବଙ୍କର ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାସହ ଜାମ୍ମୁ କାଶ୍ମୀର ପାଇଁ ୨ଟି ନୂଆ ବାଟାଲିୟନ ଗଠନ କରିବା ପାଇଁ ସରକାର ମଞ୍ଜରୀ ପ୍ରଦାନ କରିଛନ୍ତି । ଏହି ୧୪,୪୬୦ ବଙ୍କର ସାମ୍ବା, ଜାମ୍ମୁ, କଠୁଆ, ପୁଞ୍ଜ, ରାଜୌରୀରେ ନିର୍ମାଣ କରାଯିବ ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories