mission shakti banner

ଚୀନର କାରାଓକେ ଲାଉଞ୍ଜରେ ଅଗ୍ନିକାଣ୍ଡ, ୧୮ ଜୀବନ୍ତ ଦଗ୍ଧ

BSKY banner  750×100
0

ବେଜିଂ : ଦକ୍ଷିଣ ଚୀନର କାରାଓକେ ଲାଉଞ୍ଜରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୧୮ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବାବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । କେହି ଉଦ୍ଦେଶ୍ୟମୂଳକ ଭାବେ ନିଅାଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି । ପୁଲିସ୍‌ ସୂଚନା ଅନୁସାରେ ଗ୍ୱାଙ୍ଗଡୋଙ୍ଗ ପ୍ରଦେଶର କୁଇଙ୍ଗୁଆନ ସହରର ତିନି ମହଲା ବିଶିଷ୍ଟ ଲାଉଞ୍ଜ ଚୀନ ସମୟ ଅନୁସାରେ ସୋମବାର ରତି ପ୍ରାୟ ୧ଟା ବେଳେ ଜଳୁଥିବା ଦେଖିବାକୁ ମିଳିଥିଲା । ପୁଲିସ୍‌ ଓ ଅଗ୍ନିଶମ ବାହନୀ ଘଟଣାସ୍ଥଳରେ ପହଞ୍ଚି ନିଅାଁ ଲିଭାଇବା ସହ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ପ୍ରାଥମିକ ତଦନ୍ତରୁ ଏହା ଏକ ଉଦ୍ଦେଶ୍ୟ ମୂଳକ ଅଗ୍ନିକାଣ୍ଡ ବୋଲି ଜାଣିବାକୁ ମିଳିଛି ।

Leave A Reply