ବିଶୁଦ୍ଧ ବାୟୁ ମଣ୍ଡଳ ପାଇଁ ଘରେ ଲଗାନ୍ତୁ ଏହି ୫ଟି ବୃକ୍ଷ
ଦିଲ୍ଲୀ ଏନ୍ସିଆରରେ ବାୟୁ ପ୍ରଦୂଷଣ ମାତ୍ରା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ପିଲାଠୁଁ ବୁଢା ପର୍ଯ୍ୟନ୍ତ ସମସ୍ତେ ବାୟୁ ପ୍ରଦୂଷଣରେ ଶିକାର ହୋଇ ରୋଗାଗ୍ରସ୍ତ ହେଉଛନ୍ତି। ଏହି ପ୍ରଦୂଷଣରୁ ବଞ୍ଚିବା ପାଇଁ ଲୋକେ ମାସ୍କ ବ୍ୟବହାର କରୁଛନ୍ତି। ଏହା ସହ ଖାଦ୍ୟ-ପାନୀୟ ପ୍ରତି ମଧ୍ୟ ଧ୍ୟାନ ଦେଉଛନ୍ତି।
ଆମ ଆଖପାଖରେ ଏଭଳି କିଛି ବୃକ୍ଷ ରହିଛି, ଯାହାକୁ ଲଗାଇବା ଦ୍ବାରା ବାୟୁ ପ୍ରଦୂଷଣ ଦୂର ହୁଏ। ଅର୍ଥାତ୍ ବାତାବରଣ ବିଶୁଦ୍ଧ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହି ଉପକାରୀ ବୃକ୍ଷ ବିଷୟରେ….
ଘି-କୁଆଁରୀ: ଘି-କୁଆଁରୀ ବୃକ୍ଷରେ ଔଷଧୀୟ ଗୁଣ ରହିଥାଏ। ଘି-କୁଆଁରୀ ଫୋରମଲ୍ଡିହାଇଡ୍ରେ (Formaldehyde) ଭଳି ହାନିକାରକ ଗ୍ୟାସ୍କୁ ଦୂର କରିଥାଏ।
ମନୀ ପ୍ଲାଣ୍ଟ: ମନୀ ପ୍ଲାଣ୍ଟକୁ ପ୍ରାୟତଃ ଘରେ ଲଗାଯାଏ। ଏହି ବୃକ୍ଷ ବାୟୁକୁ ଶୁଦ୍ଧ କରିବାରେ ଅନେକ ସାହାଯ୍ୟ କରେ। ମନୀ ପ୍ଲାଣ୍ଟ ବାୟୁ ମଣ୍ଡଳରେ ଅମ୍ଳଜାନର ମାତ୍ରାକୁ ବୃଦ୍ଧି କରିଥାଏ।
ଗରବେରା ଡେଜୀ(Garbera daisy): ଏହି ବୃକ୍ଷ ବାୟୁମଣ୍ଡଳକୁ ବିଶୁଦ୍ଧ କରିଥାଏ। କେତେକ ରାସାୟନିକ ତତ୍ତ୍ବକୁ ଘରୁ ବାହାର କରିବାରେ ସାହାଯ୍ୟ କରେ। ଏହି ବୃକ୍ଷକୁ ଆପଣ ଶୟନ କକ୍ଷରେ ମଧ୍ୟ ଲଗାଇ ପାରିବେ।
ଗୁଆ ଗଛ: ସାଧାରଣତଃ ବାଡି ବଗିଚାରେ ଏହି ଗଛ ଦେଖିବାକୁ ମିଳେ। ଏହାକୁ ମଧ୍ୟ ବୈଠକଖାନା(ଲିଭିଙ୍ଗ ରୁମ୍) ରେ ଲଗାଇ ପାରିବେ। ଏହି ଗଛ ଫୋରମଲ୍ଡିହାଇଡ୍ରେ (Formaldehyde), କାର୍ବନ ଡାଇଅକ୍ସାଇଡ(carbon dioxide), କାର୍ବନ ମୋନୋଅକ୍ସାଇଡ(carbon monoxide) ଭଳି ବିଷାକ୍ତ ଗ୍ୟାସକୁ ଦୂର କରି ଶୁଦ୍ଧ ଅମ୍ଳଜାନ ପ୍ରଦାନ କରିଥାଏ। ଘରର ବାତାବରଣ ଶୁଦ୍ଧ କରିବା ପାଇଁ ବୈଠକଖାନା (ଲିଭିଙ୍ଗ ରୁମ୍)ରେ ଅତି କମରେ ୪ଟି ଗଛ ଲଗାନ୍ତୁ।
ଚନ୍ଦ୍ରମଲ୍ଲିକା(Chrysanthemum) ବୃକ୍ଷ: ଏହି ବୃକ୍ଷ ବାୟୁକୁ ବିଶୁଦ୍ଧ କରିବା ସହ ଘରକୁ ସୁନ୍ଦର କରିଥାଏ। ଏହି ଗଛରେ ରଙ୍ଗବେରଙ୍ଗର ଫୁଲ ଫୁଟିଥାଏ। ଏହା ସହ ଜଡି ବୁଟି ପ୍ରସ୍ତୁତ କରିବାରେ ଏହି ବୃକ୍ଷ ସାହାଯ୍ୟ କରେ।
Comments are closed.