www.samajalive.in
Sunday, December 7, 2025
23.1 C
Bhubaneswar

‘ଦୟା, ସହାନୁଭୂତି ଏବଂ କରୁଣାର ଶକ୍ତିକୁ କେବେ ହେୟ ମଣନ୍ତୁ ନାହିଁ’: ରତନ ଟାଟାଙ୍କ ୧୦ ପ୍ରେରଣାଦାୟୀ ବାଣୀ

ସମାଜ ଡିଜିଟାଲ ଡେସ୍କ: ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ବିୟୋଗ ସାରା ଦେଶବାସୀଙ୍କୁ ମର୍ମାହତ କରିଛି। ସେ ଦେଶ ପାଇଁ ଥିଲେ ଜଣେ ଅମୂଲ୍ୟ ରତ୍ନ। ତାଙ୍କୁ ହରାଇବା ଦେଶ ପାଇଁ ଅପୂରଣୀୟ କ୍ଷତି। ରତନ ଟାଟା ତାଙ୍କର ଦୟାଳୁ ମନୋଭାବ ଏବଂ ନରମ ସ୍ଵଭାବ ପାଇଁ ସେ ବେଶ୍‌ ପରିଚିତ। ତାଙ୍କର ଅନେକ ବାଣୀ ଯୁବ ସମାଜ ପାଇଁ ପ୍ରେରଣାଦାୟୀ। ସେସବୁ ବାଣୀ ମଧ୍ୟରୁ କିଛି ବାଣୀ ଏଠାରେ ସ୍ମରଣଯୋଗ୍ୟ ନିଶ୍ଚୟ।

୧- ରତନ ଟାଟା କୁହନ୍ତି- ‘ମୁଁ ଠିକ୍‌ ନିଷ୍ପତ୍ତି ନେବାରେ ବିଶ୍ଵାସ କରେନାହିଁ। ମୁଁ ପ୍ରଥମେ ନିଷ୍ପତ୍ତି ନିଏ ଏବଂ ପରେ ତାହାକୁ ଠିକ୍‌ କରେ।’

- Advertisement -

୨- ‘ଲୁହାକୁ କେହି ନଷ୍ଟ କରିପାରିବେ ନାହିଁ, କିନ୍ତୁ ଲୁହାର କଳଙ୍କ ତାହାକୁ ନ​ଷ୍ଟ କରିପାରେ। ଠିକ୍‌ ସେହିପରି ମଣିଷକୁ ବି କେହି ନଷ୍ଟ କରିପାରିବ ନାହିଁ, କିନ୍ତୁ ସେମାନଙ୍କ ଚିନ୍ତାଧାରା ସେମାନଙ୍କୁ ନଷ୍ଟ କରେ’

୩- ‘ଯଦି ଆପଣ ଦ୍ରୁତଗତିରେ ଚାଲିବାକୁ ଚାହୁଁଛନ୍ତି, ତେବେ ଏକା ଚାଲନ୍ତୁ। କିନ୍ତୁ ଯଦି ଆପଣ ଦୂର ବାଟ ଯିବାକୁ ଚାହୁଁଛନ୍ତି ତେବେ ଏକାଠି ଚାଲନ୍ତୁ।’

୪- ‘ଲୋକମାନେ ଆପଣଙ୍କ ଉପରକୁ ଫିଙ୍ଗୁଥିବା ପଥରକୁ ନେଇ ସ୍ମାରକ ତିଆରି କରିବାରେ ବ୍ୟବହାର କରନ୍ତୁ।’

୫- ‘ସୁଯୋଗ ଆପଣଙ୍କ ନିକଟକୁ ଆସିବା ଯାଏ ଅପେକ୍ଷା କରନ୍ତୁ ନାହିଁ, ନିଜେ ନିଜ ପାଇଁ ସୁଯୋଗ ସୃଷ୍ଟି କରନ୍ତୁ।’

୬- ‘ଅନ୍ୟମାନଙ୍କ ସହିତ କଥା ହେବା ସମୟରେ ଦୟା, ସହାନୁଭୂତି ଏବଂ କରୁଣାର ଶକ୍ତିକୁ କେବେ ହେୟ ମଣନ୍ତୁ ନାହିଁ।

୭- ‘ଜୀବନରେ ଆଗକୁ ବଢ଼ିବାକୁ ହେଲେ ସଫଳତା ଏବଂ ବିଫଳତା ଆମମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। କାରଣ ଇସିଜିରେ ଏକ ସରଳରେଖା ମଧ୍ୟ ଆମମାନଙ୍କ ମୃତ୍ୟୁର ଅର୍ଥକୁ ବୁଝାଏ।’

୮- ‘ନେତୃତ୍ଵ ନେବାର ବ୍ୟକ୍ତି ପାଇଁ ଦୟା ଏବଂ ସହାନୁଭୂତି ସବୁଠୁ ବଡ଼ ସାମର୍ଥ୍ୟ।’

୯- ‘ଆପଣ ଯେଉଁ ପଦବୀ ଅଧିକାର କରିଛନ୍ତି ସେଥିରୁ ଆପଣଙ୍କ ସଫଳତା ମପାଯାଏ ନାହିଁ, କିନ୍ତୁ ଅନ୍ୟମାନଙ୍କ ଉପରେ ଆପଣଙ୍କର ପ୍ରଭାବ କ’ଣ ରହିଛି ତାହା ହିଁ ଆପଣଙ୍କ ସଫଳତାକୁ ଦର୍ଶାଏ।’

୧୦- ‘ଭବିଷ୍ୟତ ମୋ ପାଇଁ କ’ଣ ରଖିଛି ତାହା ମୁଁ ଜାଣେ ନାହିଁ, କିନ୍ତୁ ମୁଁ ଜାଣେ ଯେ ଭବିଷ୍ୟତ ମୋତେ ସକରାତ୍ମକ ଭାବେ ବିସ୍ମିତ କରିବ।’

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories