www.samajalive.in
Monday, December 8, 2025
27.1 C
Bhubaneswar

ଟେନିସରୁ ନାଦାଲଙ୍କ ଅବସର ଘୋଷଣା

ସମାଜ ଡିଜିଟାଲ ଡେସ୍କ: ଟେନିସ ତାରକା ତଥା ୨୨ ଥର ଗ୍ରାଣ୍ଡ ସ୍ଲାମ ବିଜେତା ରାଫେଲ ନାଦାଲ ଅବସର ଘୋଷଣା କରିଛନ୍ତି। ଟେନିସ ପ୍ରଶଂସକଙ୍କୁ ଏହା ଅତ୍ୟନ୍ତ ନିରାଶ କରିଛି। ନାଦାଲଙ୍କ ଅବସର ସହିତ ଏକ ଟେନିସ ଯୁଗର ଅବସାନ ମଧ୍ୟ ଘଟିବାକୁ ଯାଉଛି। ନାଦାଲ ଏକ ଭିଡିଓ ବାର୍ତ୍ତା ଜାରି କରି ଅବସର ସମ୍ପର୍କରେ ଘୋଷଣା କରିଛନ୍ତି। ଚଳିତ ସିଜନ ତାଙ୍କ ପାଇଁ ଶେଷ ସିଜନ ହେବ। ଆଗାମୀ ଦିନରେ ହେବାକୁ ଥିବା ଡେଭିସ କପ୍‌ ଫାଇନାଲ୍ସରେ ନାଦାଲ ଅଂଶଗ୍ରହଣ କରିବେ। ଆସନ୍ତା ନଭେମ୍ବରରେ ଡେଭିସ କପ୍‌ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ନିଜ ଦେଶ ସ୍ପେନର ପ୍ରତିନିଧିତ୍ଵ କରିବେ ନାଦାଲ।

୪ ବର୍ଷ ତଳେ ସ୍ଵିଜରଲାଣ୍ଡର ମହାନ ଟେନିସ ଖେଳାଳି ରୋଜର ଫେଡେରର ସନ୍ନ୍ୟାସ ନେଇଥିଲେ। ଏବେ ନାଦାଲ ବି ଟେନିସକୁ ଅଲବିଦା କହିଛନ୍ତି। ଫେଡେରର ୨୦ଟି ଗ୍ରାଣ୍ଡ ସ୍ଲାମ ବିଜୟୀ ହୋଇଥିଲେ। ନାଦାଲ ୨୨ଟି ଗ୍ରାଣ୍ଡ ସ୍ଲାମ ସହିତ ୨ୟ ସ୍ଥାନରେ ରହିଛନ୍ତି। ସର୍ବିଆର ଟେନିସ ତାରକା ନୋଭାକ ଜୋକୋଭିଚ ସର୍ବାଧିକ  ୨୪ଟି ଗ୍ରାଣ୍ଡ ସ୍ଲାମ ଜିତି ତାଲିକାର ଶୀର୍ଷରେ ରହିଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories