ନବରାତ୍ରୀର ପ୍ରଥମ ଦିନରେ ଶୁଭ ଯୋଗ ପ୍ରଭାବରୁ ଉପକୃତ ହେବେ ୫ ରାଶିର ବ୍ୟକ୍ତି

ମେଷ : ସତ୍‌କର୍ମ କରି ଲୋକପୂଜ୍ୟ ହୋଇପାରନ୍ତି। ଚାକିରି ଓ ବ୍ୟବସାୟ ଉଭୟ ଦିଗରୁ ଧନ ଲାଭ ହୋଇପାରେ। ସ୍ପଷ୍ଟବାଦୀ ହେତୁ ବହୁ ଶତ୍ରୁ ସୃଷ୍ଟି ହେବେ। ଶେଷରେ ସେମାନେ ବି ନାଶ ଯିବେ।
ବୃଷ: କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଜୁଆ, ଲଟେରି କିମ୍ବା ସେୟାର ମାର୍କେଟରୁ ଧନ ପ୍ରାପ୍ତ ହୋଇପାରେ। କର୍ମଚଞ୍ଚଳ ହେବେ। ବୁଦ୍ଧିମାନ୍‌ ଓ ଉତ୍ତମ ସ୍ବାସ୍ଥ୍ୟ ସମ୍ପନ୍ନ ହେବେ। କ୍ରୋଧୀ ହୋଇପାରନ୍ତି।
ମିଥୁନ: ଗୁପ୍ତ ବିଦ୍ୟା ପ୍ରିୟ ହୋଇପାରନ୍ତି। ମିଷ୍ଟଭାଷୀ ଓ କୋମଳ ହୃଦୟସମ୍ପନ୍ନ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସଙ୍ଗୀତଙ୍କ ହୋଇପାରନ୍ତି। ପିତୃ ଧନ କ୍ଷୟ ହୋଇପାରେ। ସମ୍ମାନିତ ହୋଇପାରନ୍ତି।
କର୍କଟ:ନିଜ ମିତ୍ର ଓ ବନ୍ଧୁଙ୍କର ହିତକାରୀ ହେବେ। ଧନୀ ଓ ଧୈର୍ଯ୍ୟବାନ୍‌ ହୋଇପାରନ୍ତି। କ୍ଷମାଶୀଳ ହେବେ। ମହିଳାମାନଙ୍କର ପ୍ରିୟପାତ୍ର ହୋଇପାରନ୍ତି। ତୀକ୍ଷ୍ନ ବୁଦ୍ଧି ଯୋଗଁ ଉଦ୍ୟୋଗୀ ହୋଇପାରନ୍ତି।
ସିଂହ:ଧନ ସହ ଐଶ୍ବର୍ଯ୍ୟ ପ୍ରାପ୍ତ ହୋଇପାରେ। ସ୍ନେହୀ ସମାଜର ମୁଖ୍ୟ କର୍ମକର୍ତ୍ତା ହୋଇପାରନ୍ତି। ସର୍ବ ବିଦ୍ୟା ଅଳଙ୍କୃତ ହେବେ। ପରୋପକାରୀ ହୋଇପାରନ୍ତି। ଅନ୍ୟକୁ ଖୁଆଇବାରେ ଆନନ୍ଦ ଲାଭ କରିବେ।

କନ୍ୟା:ସ୍ବାଭିମାନୀ ହେବେ। ବିନୀତ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ସର୍ବଧର୍ମ ପ୍ରିୟ ହୋଇପାରନ୍ତି। ପ୍ରତ୍ୟେକ ଜାତି, ବର୍ଣ୍ଣର ଲୋକଙ୍କ ସହିତ ମିତ୍ରତା ସ୍ଥାପନ କରି ସେମାନଙ୍କ ଦ୍ବାରା ଉପକୃତ ହେବେ। ସୁସ୍ଥ ରହିବେ।
ତୁଳା: ଏକାନ୍ତ ସାଧନା ଫଳବତୀ ହେବ। ଥଣ୍ଡା, କଫଜନିତ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି। ରାଜସିକ ବିଦ୍ୟା ସହିତ ଜ୍ଞାନର ଉନ୍ନତି ଘଟିବ। ସାହସୀ ଓ ଜ୍ଞାନୀ ହେବେ। ଖର୍ଚ୍ଚୀ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ।
ବିଛା: ଧନବାନ୍‌ ହେବେ। ରାଜସେବକ ହୋଇପାରନ୍ତି। ସୁସ୍ଥ ରହିବେ। ବୁଦ୍ଧିମାନ୍‌ ହେବେ। ସଙ୍ଗୀତ ପ୍ରିୟ ହେବେ। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି। ବିଭାଗୀୟ ସ୍ତରରୁ ଧନ ପ୍ରାପ୍ତ ହେବ।
ଧନୁ: ମହାପ୍ରାତାପୀ ହେବେ। ଲବ୍ଧ ପ୍ରତିଷ୍ଠା ଲାଭ କରିପାରନ୍ତି। ରାଜ ସମ୍ମାନ ପ୍ରାପ୍ତ ହେବେ। ନୃତ୍ୟ ସଙ୍ଗୀତ ପ୍ରତି ରୁଚି ରହିବ। ମନ୍ଦିର, ଜଳାଶୟାଦି ନିର୍ମାଣ କରି ସୁଖ୍ୟାତି ଅର୍ଜନ କରିବେ। ଶାସ୍ତ୍ର ନିପୁଣ ହେବେ।
ମକର: ସତ୍ୟବକ୍ତା ହୋଇପାରନ୍ତି। ନିଜ ପରିବାରର ହିତଚିନ୍ତକ ହେବେ। ଦେବ, ବ୍ରାହ୍ମଣଙ୍କ ଭକ୍ତ ହେବେ। ସ୍ବଉପାର୍ଜିତ ଧନରେ ଧନୀ ହୋଇପାରନ୍ତି। ସଦାଚାରୀ ହେବେ। ଯାନବାହନ ସୁଖ ମିଳିପାରେ।
କୁମ୍ଭ:କର୍ମଚଞ୍ଚଳ ରହିବେ। ବିଦ୍ବାନ୍‌ ବ୍ୟକ୍ତିଙ୍କୁ ଆଦର କରି ସମ୍ମାନିତ କରିପାରନ୍ତି। ଅତ୍ୟଧିକ କ୍ରୋଧୀ ହୋଇପାରନ୍ତି। ଧନ ଅଭାବରୁ ଋଣ କରିପାରନ୍ତି। ଆଜି ଦିନରେ ସତର୍କରେ ଚଳିବାକୁ ପଡ଼ିବ।
ମୀନ: ପତ୍ନୀଙ୍କ ସହିତ ବିଳାସବ୍ୟସନରେ ମଜ୍ଜି ରହିପାରନ୍ତି। କର୍ମଚଞ୍ଚଳ ରହିବେ। ରାଜ କର୍ମଚାରୀଙ୍କଠାରୁ ଅପମାନିତ ହେବାର ସମ୍ଭାବନା ଅଛି। ସାଂଗଠନିକ ଶକ୍ତି ବୃଦ୍ଧି ହେବ। ଅନେକ କ୍ଷେତ୍ରରେ ଖର୍ଚ୍ଚ ବୃଦ୍ଧି ହେବ।

Comments are closed.