www.samajalive.in
Saturday, December 13, 2025
26.1 C
Bhubaneswar

ବିନ୍ଧ୍ୟବାସିନୀ ପାହାଡ଼ରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ବିନ୍ଧ୍ୟବାସିନୀ ପାହାଡ ଉପରେ ଥିବା ଘଞ୍ଚ ଜଙ୍ଗଲ ଭିତରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ। ଉଭୟଙ୍କ ମୃତଦେହ ଉଦ୍ଧାର ହେବା ପରେ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂତ୍ରରୁ ଜଣପଡ଼ିଛି ଯେ ମୃତ ଦୁଇଜଣ ହେଲେ ସାରସ ପାଲି ଗ୍ରାମର ପୂଜା ଭୁଏ ଓ ସୁନିଲ କଠାର। ଯୁବତୀଙ୍କ ବୟସ ୧୭ବର୍ଷ ଓ ଯୁବକଙ୍କ ବୟସ ୨୫ବର୍ଷ ହେବ। ଯୁବକଯୁବତୀ ଉଭୟେ ଭିନ୍ନ ଭିନ୍ନ ଜାତିର। ପୂଜା ନିଖୋଜ ଥିବା ନେଇ ପରିବାର ଗତ ଚାରି ପାଞ୍ଚ ଦିନ ପୂର୍ବରୁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ଆଜି ଉଭୟଙ୍କ ମୃତଦେହ ବିନ୍ଧ୍ୟାବାସିନି ପାହାଡ଼ର ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଏକ ଗଛରେ ଝୁଲୁଥିବା ଲୋକେ ଦେଖିଥିଲେ। କୌଣସି ସୂତ୍ରରୁ ପୁଲିସ ଖବର ପାଇ ଏସ ଡିପିଓ ପଡ଼ାରବିନ୍ଦ ତ୍ରିପାଠୀ, ଅତିରିକ୍ତ ଆରକ୍ଷୀ ଅଧିକାରୀ ତପନ କୁମାର ସ୍ୱାଇଁ, ଅତିରିକ୍ତ ତହସିଲଦାର ଦେବାନନ୍ଦ ସାହୁ, ରୁସୁଡ଼ା ଫାଣ୍ଡି ଅଧିକାରୀ ପ୍ରମୋଦ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ମୃଥଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବରଗଡ଼଼କୁ ପଠାଇଥିଲେ। ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ପ୍ରକୃତ ରହସ୍ୟ ଜଣା ପଡ଼ିବ। ପୁଲିସ ଘଟଣା ତଦନ୍ତ ଜାରି ରଖିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories