Patra electronics

ବ୍ୟବସାୟକୁ ନେଇ ମିଳିବ ଖୁସି ଖବର: ସୋମବାର ରାଶିଫଳ

ମେଷ: ରାଜଯୋଗ ଅଛି। ଉଚ୍ଚାସନରେ ଅଧିଷ୍ଠିତ ହୋଇପାରନ୍ତି। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଥଣ୍ଡାକଫରେ ପୀଡ଼ିତ ହୋଇପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ। ଶୁଭ ଅଙ୍କ ୯ ଓ ଶୁଭ ରଙ୍ଗ ଲାଲ।
ବୃଷ: ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌ କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ରାଜ ଦରବାରରୁ ଅର୍ଥ ସହିତ ସମ୍ମାନିତ ହେବେ। ଶୁଭ ଅଙ୍କ ୨ ଓ ଶୁଭ ରଙ୍ଗ ଧଳା।
ମିଥୁନ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଶୁଭ ଅଙ୍କ ୫ ଓ ଶୁଭରଙ୍ଗ ସବୁଜ। କର୍କଟ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ ବ୍ୟବହାର କରିବେ। ଲୋକପ୍ରିୟ ହୋଇପାରନ୍ତି। ବିବାଦରେ ବିଜୟୀ ହେବେ। ଶୁଭ ଅଙ୍କ ୨ ଓ ଶୁଭ ରଙ୍ଗ ଧଳା।
ସିଂହ: ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଆର୍ଥିକ ସ୍ଥିତି ଦୁର୍ବଳ ହେବ। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। କାର୍ଯ୍ୟକ୍ଷେତ୍ରରେ ଉପୁଜିଥିବା ବିଶୃଙ୍ଖଳାକୁ ଶୃଙ୍ଖଳିତ କରିବେ। ଶୁଭ ଅଙ୍କ ୧ ଓ ଶୁଭ ରଙ୍ଗ ଗୋଲାପୀ।
କନ୍ୟା:ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। ବହୁ ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ସୁସ୍ବାଦୁ ଭୋଜନ ମିଳିବ। ଶୁଭ ଅଙ୍କ ୫ ଓ ଶୁଭ ରଙ୍ଗ ସବୁଜ।
ତୁଳା: ଭ୍ରାତୃବର୍ଗ ପରିବାରର ସହାୟତା ପାଇ ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ। ଶୁଭ ଅଙ୍କ ୬ ଓ ଶୁଭ ରଙ୍ଗ ଧଳା।
ବିଛା: ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ଜୀବନ ସୁଖପ୍ରଦ ହେବ। ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ। କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ଶୁଭ ଅଙ୍କ ୯ ଓ ଶୁଭ ରଙ୍ଗ ଲାଲ୍‌।
ଧନୁ: ପରିଶ୍ରମ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟ ମିଳିବ। ଯଦିଓ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିବ; ମାତ୍ର ପର ମୁହୂର୍ତ୍ତରେ ସୁଧାର ଆସିବ। ଯାନବାହନ ସୁଖ ମିଳିବ। ଶୁଭ ଅଙ୍କ ୩ ଓ ଶୁଭ ରଙ୍ଗ ହଳଦିଆ।
ମକର: ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଦେବ ଦର୍ଶନ କରି ଆତ୍ମ ସନ୍ତୋଷ ଲାଭ କରିବେ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭବାନ୍‌ ହୋଇପାରନ୍ତି। ଶୁଭ ଅଙ୍କ ୪, ଶୁଭ ରଙ୍ଗ କଳା।

କୁମ୍ଭ: ଯଶସ୍ବୀ ହେବେ। ଆର୍ଥିକ ସ୍ବଚ୍ଛଳତା ସତ୍ତ୍ବେ ଆବଶ୍ୟକତା ଦୃଷ୍ଟିରୁ ଅଧିକ ଅର୍ଥ ପାଇଁ ଚିନ୍ତା କରିବେ। ସୌଭାଗ୍ୟଶାଳୀ ହେବେ। କାର୍ଯ୍ୟରେ ସଫଳତା ମିଳିବ। ସମ୍ମାନିତ ହେବେ। ଶୁଭ ଅଙ୍କ ୮ ଓ ଶୁଭ ରଙ୍ଗ କଳା।
ମୀନ: ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ମିଷ୍ଟାନ୍ନ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ଶୁଭ ଅଙ୍କ ୩ ଓ ଶୁଭ ରଙ୍ଗ ହଳଦୀ।

Comments are closed.