ଭୁବନେଶ୍ଵର: ଦୀର୍ଘ ୮ବର୍ଷ ଧରି ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଜିରାଫ୍ ଆଣିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ରବିବାର ରାତିରେ କଲକାତା ସ୍ଥିତ ଆଲିପୁର ଚିଡିଆଖାନାରୁ ଦୁଇଟି ଗାଡି ଯୋଗେ ମାଈ ଓ ଏକ ଅଣ୍ଡିରା ଜିରାଫ୍ ନନ୍ଦନକାନନ ଆସିଛନ୍ତି। ଏହି ଦୁଇ ଜିରାଫ୍ ଆସିବା ପରେ ନନ୍ଦନକାନନରେ ଜିରାଫ୍ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଅନ୍ୟପଟେ ପ୍ରାଣୀ ଉଦ୍ୟାନରେ ଥିବା ଜିରାଫ୍ ଖୁସିକୁ ଆଉ ଏକ ସାଥି ମିଳିଯାଇଛି। ଏବେ ଜିରାଫ୍ ଖୁସିକୁ ଆଉ ଏକାକୀ ଜୀବନ ବିତାଇବାକୁ ପଡିବନାହିଁ ବୋଲି କହିଛନ୍ତି ନନ୍ଦନକାନନ ଉପ ନିର୍ଦେଶକ ସନଥ କୁମାର ନାରାୟଣ।
Popular Categories



