ଆଜି ବିଶ୍ବ ଘରଚଟିଆ ଦିବସ
ଭୁବନେଶ୍ବର: ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖ ଅର୍ଥାତ୍ ଆଜିର ଦିନକୁ ବିଶ୍ବ ଘରଚଟିଆ ଦିବସ ରୂପେ ପାଳନ କରାଯାଏ । ପ୍ରକୃତି ଓ ଜୈବ ବିବିଧତାର ଅନନ୍ୟ ସୃଷ୍ଟି ହେଉଛି ଘରଚଟିଆ। ଘରେ ରହିବାକୁ ପସନ୍ଦ କରୁଥିବା ଘରଚଟିଆ ଏବେ ନିଜ ଘର ଖୋଜୁଛି। ସିମେଣ୍ଟ, କଂକ୍ରିଣ୍ଟ ଗାଁ ଦାଣ୍ଡରେ ଚାଳ ଛପର ଘର ପାଉନି। ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ସଂଖ୍ୟାରେ ଚାଳ ଛପର ଘର ନାହିଁ। ଧିରେ ଧିରେ ସେମାନଙ୍କ ବଂଶ ଲୋପ ପାଇବାକୁ ବସିଲାଣି। ଗାଁ ଗହଳିରେ ଆଉ ଶୁଭୁନି ଘରଚଟିଆର କିଚିରିମିଚିରି ଶଦ୍ଦ। ବିଶେଷ କରି ଏମାନେ କ୍ଷେତରେ ନଷ୍ଟ କରୁଥିବା କୀଟପତଙ୍ଗକୁ ଖାଇ ଶସ୍ୟକୁ କୀଟ ପତଙ୍ଗ ଦାଉରୁ ରକ୍ଷା କରିଥାନ୍ତି। ପ୍ରତି ଗାଁରେ ଏମାନେ ପାଣିପାଗ ସମ୍ପର୍କରେ ବାର୍ତ୍ତା ଦେଇଥାନ୍ତି। ବିଶ୍ବାସ ରହିଛି ଘର ଆଗରେ ଘରଚଟିଆ ବସା ଥିଲେ ଅତ୍ୟନ୍ତ ଶୁଭ ହୋଇଥାଏ। ଛୋଟ ପକ୍ଷୀଟିଏ ହେଲେ ମଧ୍ୟ ପ୍ରକୃତି ଓ ସାମଜ ପାଇଁ ତାର ଅବଦାନ ଅବର୍ଣ୍ଣନୀୟ।
Comments are closed.