ରାକ୍ଷୀ ପୂର୍ଣ୍ଣିମାରେ ଆଜି କେମିତି କଟିବ ଆପଣଙ୍କ ଦିନ: ସୋମବାର ରାଶିଫଳ

ମେଷ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦରେ ବିଜୟୀ ହେବେ। ରାଜଧନ, ଉତ୍ତମ ଗୃହ, କୀର୍ତ୍ତି, ମର୍ତ୍ତି, ସ୍ବତ୍ବ, ସନ୍ତୋଷ ଓ ବହୁବିଧ ଧନ ମିଳିପାରେ।
ବୃଷ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତାର ବିକେନ୍ଦ୍ରୀକରଣ କରି ଅନୁଗତମାନଙ୍କର ପ୍ରେରଣାଦାୟୀ ଓ ନମସ୍ୟ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ।
ମିଥୁନ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ପଡ଼ୋଶୀଙ୍କ ସହିତ ଥିବା ସୁସମ୍ପର୍କରେ ବାଧା ଉପୁଜିପାରେ। ସାରାଦିନ ସତର୍କତାର ସହ ଚଳିବାକୁ ପଡ଼ିବ। ସୁସ୍ଥ ରହିବେ।
କର୍କଟ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଆନନ୍ଦଦାୟକ ହେବ। କର୍ମକ୍ଷେତ୍ରକୁ ଉଜ୍ଜ୍ବଳମୟ କରିପାରନ୍ତି। ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ସୁଖାଦ୍ୟ ସହ ଆନନ୍ଦ ଉପଭୋଗ କରିପାରନ୍ତି।
ସିଂହ: ଆପଣଙ୍କ ଅମାୟିକ ବ୍ୟବହାର ସ୍ନେହପୂର୍ଣ୍ଣ ଭାଷାରେ ଶତ୍ରୁ ମଥାନତ କରିପାରେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଅଶାନ୍ତି ଦୂର ହେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ବଚ୍ଛ ଓ ନିର୍ମଳ ରହିଛି।
କନ୍ୟା:ଉଚ୍ଚ ଶିକ୍ଷାର ସାକ୍ଷାତକାର ପାଇଁ ନାନା ଉପାଦେୟ ପୁସ୍ତକ ଅଧ୍ୟୟନରେ ମନୋନିବେଶ କରିବେ। ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଗୁପ୍ତ ବିଦ୍ୟାପ୍ରତି ରୁଚି ରହିବ।
ତୁଳା: ପରିଶ୍ରମ ଯେତେ କଠିନ ଓ କଷ୍ଟଦାୟକ ହେଲେ ବି ତା’ର ସୁସମ୍ପାଦନ କରି ଉଚିତ ମୂଲ୍ୟ ପ୍ରାପ୍ତ ହେବେ। ଯାନବାହନ ସୁଖ ମିଳିପାରେ। ଗୃହ ପରିବେଶ ଉତ୍ତମ ମାନର ହେବ। କୃଷି କ୍ଷେତକୁ ତ୍ବରାନ୍ବିତ କରିବେ।
ବିଛା: ବିଭିନ୍ନ ସ୍ତରରୁ ଏପରିକି ଆଶା କରୁନଥିବା ସଂସ୍ଥାରୁ ଧନାଗମ ହୋଇ ଆର୍ଥିକ ସ୍ଥିତିକୁ ଉନ୍ନତମାନର କରିପାରେ। ଦେବ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିବେ। ଅଶାନ୍ତି ଦୂର ହେବ। କର୍ମଠ ହେବେ।
ଧନୁ: ତ୍ୟାଗଶୀଳ ମନୋବୃତ୍ତିର ହେବେ। ମତିଜ୍ଞ ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବେ। କର୍ମଚଞ୍ଚଳ ରହିବେ। ଅତି ସୁଖୀ, କୀର୍ତ୍ତିଶାଳୀ ଓ ସହିଷ୍ଣୁ ହେବେ। ମନ ପ୍ରଫୁଲ୍ଲ ରହିବ। ବ୍ୟବସାୟରୁ ଲାଭ ମିଳିବ।
ମକର: ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।
କୁମ୍ଭ:ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିବେ। ମଧୁର କଥା କହି ପରକୁ ଆପଣାର କରିପାରନ୍ତି। ଏକାନ୍ତ ସାଧନା ଫଳବତୀ ହେବ। କର୍ମଚଞ୍ଚଳ ରହିବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।
ମୀନ: ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ।

kalyan agarbati

Comments are closed.