www.samajalive.in
Friday, December 5, 2025
17.1 C
Bhubaneswar

ସକ୍ରିୟ ଲଘୁଚାପ: ୩ ଜିଲ୍ଲାକୁ ବିଜୁଳି, ଘଡଘଡି ସହ ବର୍ଷା ସତର୍କତା

ଭୁବନେଶ୍ଵର: ଦକ୍ଷିଣ ବାଂଲାଦେଶ ଏବଂ ସଂଲଗ୍ନ ଅଞ୍ଚଳରେ ମୌସୁମୀ ସକ୍ରିୟ ରହିଛି। ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଗାମୀ ଦୁଇ ଘଣ୍ଟା ପାଇଁ ୩ ଜିଲ୍ଲାକୁ ବିଜୁଳି, ଘଡଘଡି ସହ ବର୍ଷା ସତର୍କତା ଦିଆଯାଇଛି। ଏସବୁ ଜିଲ୍ଲା ଗୁଡିକ ହେଉଛି ସୁନ୍ଦରଗଡ, କୋରାପୁଟ ଓ ମାଲକାନଗିରି ଜିଲ୍ଲା। ସେପଟେ ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ​ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବ। ମଙ୍ଗଳବାର ସକାଳ ସୁଦ୍ଧା ଯାଜପୁର , ଭଦ୍ରକ, ବାଲେଶ୍ଵର, ମୟୁରଭଞ୍ଜ, କେନ୍ଦୁଝର , ସୁନ୍ଦରଗଡ, ନବରଙ୍ଗପୁର , ରାୟଗଡା, ଗଜପତି , ଗଞ୍ଜାମ, କୋରାପୁଟ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ୨୦ ତାରିଖରେ କେନ୍ଦୁଝର, ସୁନ୍ଦରଗଡ, ଦେବଗଡ, ଝାରସୁଗୁଡା, ସମ୍ବଲପୁର ଏବଂ ବରଗଡ ଜିଲ୍ଲାର ଗୋଟିଏ , ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାକୁ ଥିବାବେଳେ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ସତର୍କତା ଜାରି କରାଯାଇଛି। ଅନ୍ୟପଟେ ରାଜ୍ୟରେ ବଜ୍ରାଘାତରେ ଦୁଇ ଦିନରେ ୧୬ ଜଣଙ୍କ ଜୀବନ ଗଲାଣି। ତେଣୁ  ସତର୍କ ରହିବାକୁ ପାଣିପାଗ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories