www.samajalive.in
Monday, December 8, 2025
14.1 C
Bhubaneswar

ରାକ୍ଷୀପୂର୍ଣ୍ଣିମାରେ ୬ ଶୁଭ ସଂଯୋଗ; ୭ଘଣ୍ଟାରୁ ଅଧିକ ସମୟ ପାଇଁ ଶୁଭ ମୁହୂର୍ତ୍ତ, ଜାଣନ୍ତୁ କେମିତି ବାନ୍ଧିବେ ରାକ୍ଷୀ

ସମାଜ ଡିଜିଟାଲ ଡେସ୍କ:  ଆଜି ପବିତ୍ର ଗହ୍ମାପୂର୍ଣ୍ଣିମୀ ବା ରାକ୍ଷୀପୂର୍ଣ୍ଣିମା। ସାରା ଦେଶରେ ରାକ୍ଷୀପୂର୍ଣ୍ଣିମାକୁ ଖୁବ ଧୁମଧାମରେ ପାଳନ କରାଯାଉଛି। ଆଜିର ଏହି ଦିନରେ ଭଉଣୀମାନେ ନିଜର ଭାଇମାନଙ୍କ ହାତରେ ସ୍ନେହର ଡୋରୀ ରାକ୍ଷୀ ବାନ୍ଧିଥାନ୍ତି। ଏହା ବଦଳରେ ଭାଇମାନେ ଭଉଣୀମାନଙ୍କୁ ଉପହାର ଓ ସୁରକ୍ଷା ଦେବାର ପ୍ରତିଶ୍ରୁତି ଦେଇଥାନ୍ତି। ହିନ୍ଦୁ ରୀତିନୀତି ଅନୁସାରେ ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମାରେ ରାକ୍ଷୀ ପର୍ବ ପାଳନ କରାଯାଏ। ଚଳିତ ବର୍ଷ ରାକ୍ଷୀପୂର୍ଣ୍ଣିମାରେ ୬ଟି ଶୁଭ ସଂଯୋଗ ପଡିଛି। ଯାହାକି ଅତ୍ୟନ୍ତ ଶୁଭ ବୋଲି କୁହାଯାଉଛି। ତେବେ ଏଥର ସୂର୍ଯ୍ୟ ଉଦୟ ସମୟରେ ଭଦ୍ରା ଲଗ୍ନ ଆରମ୍ଭ ହୋଇଥିବାରୁ ରକ୍ଷୀପୂର୍ଣ୍ଣିମାର ଶୁଭ ସମୟ ସକାଳେ ନୁହେଁ ବରଂ ଅପରାହ୍ନରେ ରହିଛି। ଭଦ୍ରାକାଳରେ ରାକ୍ଷୀ ବାନ୍ଧିବାକୁ ଅଶୁଭ ଗଣନା କରାଯାଏ। ପୌରାଣିକ ମାନ୍ୟତା ଅନୁସାରେ ରାବଣଙ୍କ ଭଉଣୀ ତାଙ୍କୁ ଭଦ୍ରା କାଳରେ ହିଁ ରାକ୍ଷୀ ବାନ୍ଧିଥିଲେ। ଫଳରେ ଏହା ରାବଣଙ୍କ ପାଇଁ ଅଶୁଭ ହେବା ସହ ଶେଷରେ ବିନାଶ ଘଟିଥିଲା। ଆଜି ମଧ୍ୟାହ୍ନରୁ ରାତି ପର୍ଯ୍ୟନ୍ତ ରାକ୍ଷୀ ବାନ୍ଧିବାର ଶୁଭ ମୁହୂର୍ତ୍ତ ରହିଛି। ଆପଣ ଏହି ସମୟରେ ରାକ୍ଷୀ ବାନ୍ଧିଲେ ଅତ୍ୟନ୍ତ ଶୁଭଦାୟକ ହେବ। ୧୯ ଅଗଷ୍ଟ ଶ୍ରାବଣ ପୂର୍ଣ୍ଣିମୀ ତିଥି ଆରମ୍ଭ ସୋମବାର ଭୋର ୩ଟା ୪ମିନିଟରୁ ଆରମ୍ଭ ହୋଇ ରାତି ୧୧ଟା ୫୫ମିନିଟରେ ଶେଷ ହେବ।

୬ଟି ଶୁଭ ସଂଯୋଗ: –
୧- ରବି ଯୋଗ : ସକାଳ ୫ଟା ୫୩ ମିନିଟ୍‌‌ ରୁ ରାତି ୮ଟା ୧୦ମିନିଟ୍‌‌
୨- ସର୍ବାର୍ଥ ସିଦ୍ଧି ଯୋଗ: ସକାଳ ୫ଟା ୫୩ମିନିଟ୍‌‌ ରୁ ସକାଳ ୮ଟା ୧୦ମିନିଟ ପର୍ଯ୍ୟନ୍ତ
୩- ଶୋଭନ ଯୋଗ: ସୂର୍ଯ୍ୟ ଉଦୟ ସକାଳ ୫ଟା ୫୩ମିନିଟ୍‌‌ ରୁ ରାତି ପର୍ଯ୍ୟନ୍ତ
୪- ରାଜପଞ୍ଚକ: ସନ୍ଧ୍ୟା ୭ଟାରୁ ଆସନ୍ତାକାଲି ସକାଳ ୫ଟା ୫୩ ମିନିଟ୍‌‌ ପର୍ଯ୍ୟନ୍ତ
୫- ଅନ୍ତିମ ଶ୍ରାବଣ ସୋମବାର ବ୍ରତ
୬- ଶ୍ରାବଣ ପୂର୍ଣ୍ଣମୀ ବ୍ରତ, ସ୍ନାନ ଓ ଦାନ

- Advertisement -

ରାକ୍ଷୀପୂର୍ଣ୍ଣିମାରେ ଭଦ୍ରା ଲଗ୍ନ କେତେ ପର୍ଯ୍ୟନ୍ତ: –
ରାକ୍ଷୀପୂର୍ଣ୍ଣିମା ଦିନ ସକାଳୁ ଭଦ୍ରା ଲଗ୍ନ ରହିଥାଏ। ସକାଳ ୫ଟା ୩୦ମିନିଟରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ୩୨ମିନିଟରେ ଶେଷ ହେବ। ଫଳରେ ଭଦ୍ରାର ଛାୟା ୭ଘଣ୍ଟା ୩୯ମିନିଟ୍‌‌ ପର୍ଯ୍ୟନ୍ତ ରହିବ। ଭଦ୍ରା ଲଗ୍ନ ପରେ ହିଁ ରାକ୍ଷୀ ବାନ୍ଧିବା ଉଚିତ। ରାକ୍ଷୀପୂର୍ଣ୍ଣିମାରେ ରାହୁ କାଳ ସକାଳ ୭ଟା ୩୧ମିିନିଟରୁ ସକାଳ ୯ଟା ୮ମିନିଟ ପର୍ଯ୍ୟନ୍ତ ରହିଛି। ରାକ୍ଷୀ ବାନ୍ଧିବା ପାଇଁ ୭ଘଣ୍ଟାରୁ ଅଧିକ ସମୟ ଶୁଭ ମୁହୂର୍ତ୍ତ ରହିଛି। ଅପରାହ୍ନ ୧:୩୨ମିନିଟରୁ ଆରମ୍ଭ ହୋଇ ରାତି ୯ଟା ୮ମିନିଟ ପର୍ଯ୍ୟନ୍ତ ରହିଛି।

କେମିତି ବାନ୍ଧିବେ ରାକ୍ଷୀ: –
ଶୁଭ ମୁହୂର୍ତ୍ତରେ ଭଉଣୀମାନେ ରୂପା, ତମ୍ବା, କିମ୍ବା ପିତ୍ତଳ ଥାଳରେ, ଚନ୍ଦନ, ସିନ୍ଦୂର, ରାକ୍ଷୀ, ମିଠା, ନଡିଆ, ଦୀପ, ଇତ୍ୟାଦି ସାମଗ୍ରୀ ପ୍ରସ୍ତୁତ କରି ରାକ୍ଷୀ ବାନ୍ଧନ୍ତୁ। ରାକ୍ଷୀର ରଙ୍ଗ କଳା ହେବା ଅନୁଚିତ। ଭାଇ ଓ ଭଉଣୀ ମାନେ ଏହି ଦିନ ଧଳା ପୋଷାକ ପରିଧାନ ଠାରୁ ଦୂରେଇ ରୁହନ୍ତୁ। ଶୁଭ ମୁହୂର୍ତ୍ତରେ ଭାଇଙ୍କୁ ବସାଇ, ମୁଣ୍ଡରେ ରୁମାଲ ବାନ୍ଧି ପୂଜା କରି ରାକ୍ଷୀ ବାନ୍ଧି ଆଶୀର୍ବାଦ ନିଅନ୍ତୁ। ଉପହାର ସୂରୁପ ଭାଇ ଯାହା ଦେଉଛନ୍ତି ତାକୁ ଗ୍ରହଣ କରନ୍ତୁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories